ଆଗ୍ନେୟଗିରିରେ ବିସ୍ପୋରଣ : ଥରାଇଲା ଭୟଙ୍କର ଶବ୍ଦ, ବହିଲା ନିଆଁର ନଦୀ, ଦେଖନ୍ତୁ ଭିଡିଓ

NEWS7
4-culprit-wll-be-hanged-by-29th-in-nirbhaya-case

ନୂଆଦିଲ୍ଲୀ ୧୪/୦୧: ଫାଟିଲା ଆଗ୍ନେୟଗିରି । ହେଲା ଭୟଙ୍କର ବିସ୍ଫୋରଣ । ମାଟି ତଳୁ ବାହାରିଲା ତରଳ ନିଆଁ । କିଛି ସେକେଣ୍ଡରେ ଆଖପାଖ ଅଞ୍ଚଳକୁ ବ୍ୟାପିଗଲା । ଏପରି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ହାଓ୍ୱାଇର କିଲାଉଏରେ ।

ରିପୋର୍ଟ ଅନୁସାରେ, ହାଓ୍ୱାଇର କିଲାଉଏରେ ଦୀର୍ଘଦିନ ଧରି ରହିଥିବା ଏକ ସକ୍ରିୟ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଛି । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ, ମାଟି ତଳୁ ପ୍ରଚଣ୍ଡ ଶବ୍ଦ କରି ନିଆଁ ବାହାରୁଛି। ଏହା ପ୍ରାୟ୧୫୦୦ଫୁଟ୍ ବା୪୬୦ମିଟର ଯାଏଁ ଉପରକୁ ଉଠୁଛି। ଏହାର ଧୂଆଁ ଏବଂ ପାଉଁଶ୨୦ହଜାର ଫୁଟ୍ ଯାଏଁ ଆକାଶକୁ ବ୍ୟାପିଯାଇଛି

ସବୁଠୁ ବଡ କଥା ହେଲା ଯେ, ପ୍ରାୟ୧୦ଘଣ୍ଟା ଧରି ଆଗ୍ନେୟ ଉଦଗୀରଣ ହୋଇଥିଲା । ଫଳରେ ଲାଭାର ନଦୀ ପ୍ରବାହିତ ହୋଇଛି । ଏଥିରୁ ନିର୍ଗତ ଗ୍ୟାସ ଏବଂ ପାଉଁଶ ଆକାଶରେ କୁହୁଡିର ଭ୍ରମ ସୃଷ୍ଟି କରିଛି । ଯେଉଁଥିପାଇଁ ହାଓ୍ୱାଇ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ କହିଛି । ଏହାସହ ମାସ୍କ୍ ପରିଧାନ ପାଇଁ ପରାମର୍ଶ ଦିଆଯାଇଛି ।

ଏହାସହ ଆଗ୍ନେୟଗିରିରୁ କାଚ ଭଳି ଅତି କ୍ଷୁଦ୍ର ବସ୍ତୁ ବାହାରିଛି । ଯାହା ଜନତାଙ୍କ ଆଖିରେ ପଶିବାର ଆଶଙ୍କା ରହିଛି । ଏପରିକି ନିଶ୍ୱାସରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିପାରେ ।

ସୂଚନାଯୋଗ୍ୟ, ବର୍ଷେ ହେଲା ହାଓ୍ୱାଇର କିଲାଉଏରେ ଆଗ୍ନେୟ ଉଦଗୀରଣ ହୋଇଚାଲିଛି । ପୂର୍ବରୁ ଅଳ୍ପ ମାତ୍ରାରେ ଲାଭା ବାହାରୁଥିଲା । କିନ୍ତୁ ଏଥର ଏହା ଅଧିକ ଭୟଙ୍କର ରୂପ ଧାରଣ କରିଛି ।୧୯୮୩ରେ ଏଠାରୁ ମାସ ମାସ ଧରି ନିଆଁର ନଦୀ ବାହାରିଥିଲା । ଯାହା ସେତେବେଳେ ଅନେକ ପରିମାଣର କ୍ଷୟକ୍ଷତି କରିଥିଲା ।