ପାକିସ୍ତାନରେ କାହିଁକି ଚୋରି ହେଉଛି ମ୍ୟାନହୋଲ କଭର ? ନୱାଜ ଶରିଫଙ୍କ ଝିଅ କହିଲେ- ଚୋରକୁ ୧୦ ବର୍ଷ ହେବ ଜେଲ

NEWS7
3rd-t-twenty-india-need-147-run-to-win

ନୂଆଦିଲ୍ଲୀ ୦୮।୦୨: ଏ ଖବର ପାକିସ୍ତାନର ଆର୍ଥିକ ସ୍ଥିତିର ବାସ୍ତବ ଚିତ୍ରସାମ୍ନାକୁ ଆଣିଛି । ଏଠାରେ ଲୋକେ ଟଙ୍କା ପାଇଁ ତୁଚ୍ଛଜିନିଷ ଚୋରି କରିବାକୁ ବି ପଛାଉ ନାହାନ୍ତି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମ୍ୟାନହୋଲ କଭର୍ ଚୋରି ମାମଲାକୁ ନେଇ ଚର୍ଚ୍ଚା ବଢ଼ିଛି । ଏହାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶରୀଫ ସୋସିଆଲ ମିଡିଆରେ ଭିଡିଓଜାରି କରି ନିୟମ ଘୋଷଣା କରିଛନ୍ତି ।

ସେ କହିଛନ୍ତି,ଏହି ନିୟମ ଅନୁସାରେ, ମ୍ୟାନଲ କଭର୍ ଚୋରି,ବିକ୍ରି କିମ୍ବା ଏହାକୁ କିଣୁଥିବା ଲୋକଙ୍କୁ ୧୦ ବର୍ଷ ଯାଏଜେଲ୍ ଦଣ୍ଡ ହୋଇପାରେ । ମୁକୁଳା ମ୍ୟାନ୍ହୋଲରେପଡ଼ି ଯଦି କାହାର ମୃତ୍ୟୁ ହୁଏ, ତେବେ ୧୦ ବର୍ଷ ଜେଲଦଣ୍ଡ ସହିତ ୩୦-୫୦ ଲକ୍ଷ ଟଙ୍କା ଯାଏ ଜରିମାନା ଲାଗୁହେବ ।ଏହି ନିୟମ ଚୋର, କବାଡ଼ିଆ ଓ କ୍ରେତାସମସ୍ତଙ୍କ ଉପରେ ଲାଗୁ ହେବ ।ମରିୟମ କହିଛନ୍ତି, ସକାଳେ ଲଗାଇଥିବା ଢାଙ୍କୁଣିରାତିକୁ ଗାଏବ ହୋଇଯାଉଛି । ଚୋର ଗଧ ଗାଡ଼ିରେଆସି ଢାଙ୍କୁଣି ଚୋରେଇ ନେଉଛନ୍ତି । ଏହା ଦ୍ୱାରାଲୋକଙ୍କ ଜୀବନ ବିପଦରେ ପଡୁଛି ।

ସେ ଆହୁରିକହିଛନ୍ତି, ଲାହୋର୍ର ଭାଟୀ ଗେଟ୍ ନିକଟସ୍ଥ ମ୍ୟାନ୍ହୋଲରେ ପଡ଼ିବା ଯୋଗୁ ଜଣେ ମହିଳା ଓତାଙ୍କର ୧୦ ମାସର ସନ୍ତାନ ପ୍ରାଣ ହରାଇଥିଲେ । ତେଣୁଢାଙ୍କୁଣି ଚୋରି ନ କରିବାକୁ ସେ ଲୋକଙ୍କୁ ଅପିଲକରିଛନ୍ତି ।ମ୍ୟାନ୍ହୋଲ ଢାଙ୍କୁଣି ଚୋରିର ମୁଖ୍ୟ କାରଣ ଦେଶରଗମ୍ଭୀର ଆର୍ଥିକ ସଙ୍କଟ । ଏହି ଢାଙ୍କୁଣି ସାଧାରଣତଃଲୁହା ଓ ଷ୍ଟିଲ୍ରେ ନିର୍ମିତ ହୋଇଥାଏ । ଲୋକେ ଏହାକୁଚୋରି କରି ଧାତୁ ରୂପେ ବିକ୍ରି କରି ଟଙ୍କା ରୋଜଗାରକରିବାକୁ ଚେଷ୍ଟା କରୁଛନ୍ତି ।