ସୂର୍ଯ୍ୟର ଆକାରର ୩୬ ବିଲିୟନ ଗୁଣା ଅଧିକ, ଏଯାବତ୍ ଆବିଷ୍କୃତ ହେଲା ସବୁଠାରୁ ବଡ଼ ବ୍ଲାକ୍ ହୋଲ୍

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ ୧୧/୦୮: ଆବିଷ୍କୃତ ହେଲା ବ୍ରହ୍ମାଣ୍ଡର ସବୁଠୁ ବିଶାଳ ବ୍ଲାକ୍ ହୋଲ୍ । ଯାହାକି ବର୍ତ୍ତମାନ ସମୟରେ ମହାକାଶ ବିଜ୍ଞାନୀଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ । ଖାସ୍ କରି ବୈଜ୍ଞାନିକମାନେ ଅଧିକରୁ ଅଧିକ ଭାବିବାକୁ ବାଧ୍ୟ ହୋଇଛନ୍ତି । ମହାକାଶରେ ଥିବା ବ୍ଲାକ୍ ହୋଲ୍ ଆମ ଆକାଶଗଙ୍ଗାଠାରୁ ପ୍ରାୟ ୫ ଅରବ ଆଲୋକବର୍ଷ ଦୂରରେ ଅଛି । 

ଅର୍ଥାତ ସେଠାକୁ ଯିବାକୁ ହେଲେ, ଆଲୋକର ବେଗରେ ପ୍ରାୟ ୫ ଶହ ଅରବ ଆଲୋକ ବର୍ଷା ଗୋଟିଏ ମଣିଷକୁ ଲାଗିଯିବ । ଏଠାରେ ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ ଗଟଣା ହେଉଛି, ଏହା ଆମର ନିକଟତମ ନକ୍ଷତ୍ର ସୂର୍ଯ୍ୟଠାରୁ ୩୬ ବିଲିୟନ ଗୁଣା ବଡ଼ ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ବ୍ଲାକ ହୋଲ୍ କସ୍ମିକ୍ ଟାଇଟନ୍ ନାମକ ଏକ ଗ୍ୟାଲେକ୍ସିରେ ରହିଛି । ଯାହାକି ନିଜର ଜବରଦସ୍ତ ମାଧ୍ୟାକର୍ଷଣ ବଳ ପାଇଁ ବେଶ ପରିଚିତ । ଏମିତି ଏହା ମଧ୍ୟ ଦେଇ ଆଲୋକ ମଧ୍ୟ ଗତିପାରିନଥାଏ । ତେବେ ବ୍ରିଟେନର ୟୁନିଭର୍ସିଟି ଅଫ୍ ପୋର୍ଟ୍ସମାଉଥର ଜଣେ ବୈଜ୍ଞାନିକ ଥୋମାସ୍ କୋଲେଟ ଏବଂ ତାଙ୍କ ଟିମ୍ ସର୍ବପ୍ରଥମେ ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆଣିଛନ୍ତି । 

ଏହି ଆବିଷ୍କାର ବ୍ଲାକ୍ ହୋଲ୍ ସମ୍ପର୍କରେ ବୈଜ୍ଞାନିକଙ୍କ ସିଦ୍ଧାନ୍ତଙ୍କୁ ଚ୍ୟାଲେଞ୍ଜ କରିଛି । ବ୍ରହ୍ମାଣ୍ଡରେ ଏମିତି ଅନେକ କଥା ଅଛି, ଯାହା ସମ୍ପର୍କରେ ବୈଜ୍ଞାନିକମାନେ ଏବେ ବି ଅଜ୍ଞ ଅଛନ୍ତି ବୋଲି ଏହି କଥା ହିଁ ପ୍ରମାଣିତ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.