ନୂଆଦିଲ୍ଲୀ ୦୧।୦୭: ୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ । ସେ ପୁଣି ୩୦ ବର୍ଷୀୟ ଶିଶୁ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଯାହାକୁ ଦେଖିବା ପରେ ଡାକ୍ତର ବି ହୋଇଛନ୍ତି ତାଜୁବ । ମହିଳାଙ୍କ ସିଟି ସ୍କାନରେ ଏହା ଜଣାପଡ଼ିଥିଲା ।
ଡାକ୍ତରଙ୍କ ମତରେ ଯେତେବେଳେ ଏକ ଭ୍ରୁଣ କ୍ୟାଲସିଫାଏଡ୍ ହୁଏ, ସେତେବେଳେ ଏହାକୁ ଲିଥୋପେଡିଅନ୍ କିମ୍ବା ପଥର ଶିଶୁ କୁହାଯାଏ । ବର୍ତ୍ତମାନ ଏହି ଆଶ୍ଚର୍ଯ୍ୟଜନକ ମାମଲା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଜୁନ୍ ୨୫ ତାରିଖରେ ‘ନନ୍ ଆସେଟିକ୍ ଥିଙ୍ଗସ୍’ ନାମକ ଏକ X ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିଲା । ଏଥିରେ କ୍ୟାପସନ୍ରେ ଲେଖାଯାଇଥିଲା, ‘‘ଏହି ସିଟି ସ୍କାନ୍ ଜଣେ ୭୩ ବର୍ଷୀୟା ମହିଳାଙ୍କର, ଯେଉଁଥିରେ ଏକ ୩୦ ବର୍ଷୀୟ କ୍ୟାଲସିଫାଏଡ୍ ଭ୍ରୁଣ ମିଳିଛି ।’’
ଧୀରେ ଧୀରେ ଏହି ପୋଷ୍ଟ ଭାଇରାଲ ହୋଇଗଲା ଏବଂ ଲୋକମାନେ ଏହା ବିଷୟରେ ଜାଣିବାକୁ ଆଗ୍ରହୀ ହେଲେ । ଅନେକ ଲୋକ ଏହି ପୋଷ୍ଟକୁ ନକଲି ବୋଲି କହୁଛନ୍ତି । ତେବେ ପ୍ରଶ୍ନ ଆସୁଛି କୌଣସି ମହିଳାଙ୍କ ପେଟରେ ପଥର ଶିଶୁ କିପରି ହୋଇପାରେ? ଆସନ୍ତୁ ଜାଣିବା...
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଲିଥୋପେଡିଅନ୍ ଏକ ରେୟାର ଚିକିତ୍ସା ଅବସ୍ଥା । ଯେଉଁଥିରେ ଗର୍ଭାଶୟ ବଦଳରେ ପେଟରେ ଭ୍ରୁଣ ବିକଶିତ ହୁଏ ଏବଂ ଯେତେବେଳେ ଏହା ମରିଯାଏ, ଶରୀର କ୍ୟାଲସିୟମ ଆବରଣ ଦେଇ ଏହାକୁ ପଥରରେ ପରିଣତ କରିଦିଏ ।
୨୦୧୩ରେ ଜଣେ ୮୨ ବର୍ଷୀୟ କଲମ୍ବିଆନ୍ ମହିଳାଙ୍କ ମାମଲା ମଧ୍ୟ ରିପୋର୍ଟ କରିଥିଲା । ଯାହାଙ୍କ ଗର୍ଭରେ ଡାକ୍ତରମାନେ ୪୦ ବର୍ଷ ଧରି ଗର୍ଭରେ ଥିବା ଏକ ପଥର ଶିଶୁ ବାହାର କରିଥିଲେ । କ୍ଲିଭଲ୍ୟାଣ୍ଡର ୟୁନିଭର୍ସିଟି ହସ୍ପିଟାଲ୍ସ କେସ୍ ମେଡିକାଲ୍ ସେଣ୍ଟରର ଡାକ୍ତର କିମ୍ ଗାର୍ସିଙ୍କ ଅନୁଯାୟୀ, ‘‘ଏହି ଅବସ୍ଥା ଏତେ ରେୟାର ଯେ ଏହାକୁ ଚିକିତ୍ସା ବିଜ୍ଞାନରେ କେବଳ ୩୦୦ ଥର ରେକର୍ଡ କରାଯାଇଛି ।