ରାସ୍ତାରେ ବୁଲୁଛନ୍ତି ୩୦ ଟିକିଆ ହାତୀପଲ, ଯାତାୟତ ଠପ୍

Published By : Prameya-News7 Bureau | August 10, 2025 IST

କରଞ୍ଜିଆ ୧୦।୦୮ : ହାତୀ କରିଛନ୍ତି ରାସ୍ତାରୋକ । ୩୦ ଟିକିଆ ଝାଡ଼ଖଣ୍ଡି ହାତୀପଲ ରାସ୍ତାରେ ଉପରେ ରହିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

ଖବର ଅନୁଯାୟୀ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ୩୦ ଟିକିଆ ହାତୀପଲ ଓଡ଼ିଶା ସୀମାକୁ ପ୍ରବେଶ କରିଛନ୍ତି । ଯାହାଫଳରେ ମୟୁରଭଞ୍ଜରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିକ୍ରମରେ ୩୦ ଟିକିଆ ହାତୀପଲ କରଞ୍ଜିଆରୁ ଚଢେଇଭୋଳ ରାସ୍ତାର ବଡ଼ଦେଉଳି ରାସ୍ତାରେ ଯାତାୟତ କରୁଥିବାର ନଜର ଆସିଛି ।ଯାହାଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପିରିକି ସ୍ଥାନୀୟ ଅଞ୍ଚଳରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଗାଁରେ କିଛି ଲୋକଙ୍କ ପାଚେରୀ ଭାଙ୍ଗିଥିବା ଜଣାପଡିଛି । ତେବେ ହାତୀପଲଙ୍କ ଉତ୍ପାତ ଲାଗି ବନବିଭାଗ ଲଗାତର ଭାବେ ଘଟଣା ଉପରେ ନଜର ରଖିଥିବା ସୂଚନା ଦେଇଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.