ଅଢ଼େଇ ଲକ୍ଷ ଟଙ୍କା ନେଇ ସ୍କୁଟରରେ ଯାଉଥିଲେ SCB ଆସୋସିଏଟ୍‌ ପ୍ରଫେସର, ମାଡ଼ିବସିଲା ଭିଜିଲାନ୍ସ

NEWS7
3-year-old-girl-rescued-alive-from-debris-after-four-days

କଟକ ୨୯।୧: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରାଙ୍କୁ ଧରିଲା ଭିଜିଲାନ୍ସ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।

ତେବେ ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଯିବାବେଳେ ଧରାପଡ଼ିଲେ । କାଠଗୋଲାସାହି-ମେଡିକାଲ୍‌ ରୋଡ୍‌ରେ କାବୁ କଲା ଭିଜିଲାନ୍ସ ଟିମ୍‌ । ସମସ୍ତ ଟଙ୍କା ଜବତ ସହ ଆସୋସିଏଟ୍‌ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ ।