ଭୁଶୁଡୁଛି ଲାଲ୍‌ ଗଡ, ବିଜାପୁର ଏନ୍‌କାଉଣ୍ଟରରେ ୩ ନକ୍ସଲ ନିପାତ

Published By : Prameya-News7 Bureau | April 12, 2025 IST

ଛତିଶଗଡ ୧୨/୦୪: ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର । CRPF ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟରରେ ୩ ନକ୍ସଲ ନିହତ ହୋଇଛନ୍ତି । ମିଳିଥିବା ସୂତ୍ର ଅନୁସାରେ, କୋବ୍ରା କମାଣ୍ଡୋମାନେ ୩ ଜଣ ନକ୍ସଲଙ୍କୁ ମାରି ଗଡାଇଛନ୍ତି । ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । 


ସୂଚନାଥାଉକି, ଶନିବାର ସକାଳ ୯ଟାରେ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ଯାଇଥିଲେ।

ଏହାପରେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା କରିଥିଲେ । ଆଉ ପାଲଟା ଗୁଳିମାଡରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ଏବେ ବି ସେଠାରେ କମ୍ୱିଂ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.