ରାସ୍ତାକଡ଼ରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

NEWS7
3-houses-collapse-in-coimbatore-15-bodies-recovered-as-rescue-op-underway-in-tamilnadu

ବୌଦ୍ଧ ୦୭।୧୨ : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର-ଦମାମୁଣ୍ଡା ରାସ୍ତା କଡ଼ରେ ପଡିଛି ମୃତଦେହ । ମୃତକଙ୍କ ନାମ ଦମାମୁଣ୍ଡା ଗାଁର କୈବଲ୍ୟ ପ୍ରଧାନ ବୋଲି ଜଣାପଡ଼ିଛି । ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦମାମୁଣ୍ଡାର କୈବଲ୍ୟ ପ୍ରଧାନ ଗାଁରେ ପାଣି ପମ୍ପ ଅପରେଟର ଏବଂ ଏକ ଠିକା ସଂସ୍ଥାର କ୍ୟାମ୍ପରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ। ଶନିବାର ରାତିରେ ସେ କ୍ୟାମ୍ପରୁ ରୋଷେଇ ସାରି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ କିଏ ଏବଂ କାହିଁକି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ । ସେନେଇ ତଦନ୍ତ କରୁଛି ପୋଲିସ। କୈବଲ୍ୟଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତଦନ୍ତ କରୁଛି ମନମୁଣ୍ଡା ପୋଲିସ।