LIVE TV

ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ, ଓ୍ବେବସାଇଟ୍‌ରେ ମହାପ୍ରଭୁଙ୍କ ଫଟୋ ଚିତ୍ର ଥିବା ବିଭିନ୍ନ ଡ୍ରେସ୍

NEWS7
2nd-day-of-khelo-india

ପୁରୀ ୧୦: ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ ପୁଣି ଡ୍ରେସ୍‌ରେ ମହାପ୍ରଭୁଙ୍କ ଫଟୋ ଚିତ୍ର କିଛି ଦିନ ତଳେ ଶାଢ଼ି-ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର କରାଯାଇ ମହାପ୍ରଭୁଙ୍କୁ ଅପମାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏବେ ପୁଣି ଏକ ୱବସାଇଟରେ ବିଭିନ୍ନ ଡ୍ରେସ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରହିଥିବା ଦେଖିବାକୁ ମିଳିଛି ଯାହା ସେବାୟତ, ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି

ସମ୍ୱଳିକା’ ନାମକ ଏକ ପେଜ୍‌ରେ ଏଭଳି ଡ୍ରେସରେ ମହାପ୍ରଭୁଙ୍କ ଚିତ୍ର ରହିଥିବା ଦେଖିବାକୁ ମିଳିଛି ସମ୍ବଲପୁର ମୋଦୀପଡାରେ ଏହାର ଏକ ଷ୍ଟୋର୍ ଥିବା ମଧ୍ୟ ଦେଖିବାକୁ ମିଳିଛି ଏଭଳି କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି

କିଛି ଦିନ ତଳେ ଶାଢ଼ି ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର ଦେଖିବାକୁ ମିଳିଥିଲା ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଦେଖିବାକୁ ମିଳିଥିଲା ଜଣେ ମହିଳା ଏହାକୁ ପରିଧାନ କରି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହା ଅପଲୋଡ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନ ରହିଥିଲା ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଥିଲେ ଜଗନ୍ନାଥ ପ୍ରେମୀ ଓ ଆଇନଜୀବୀ