ମାଲକାନଗିରି ୦୮।୦୫ : ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଏନ୍କାଉଣ୍ଟର । ଦେଶର ସବୁଠାରୁ ବଡ଼ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୬ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତରେ ଗତ ୧୦ ଦିନରୁ ଅଧିକ ସମୟ ଧରି ଚାଲିଛି ଅପରେସନ କାଗାର । ଯେଉଁଥିରେ ୧୦ ହଜାରରୁ ଅଧିକ ଜବାନ ନିୟୋଜିତ ଥିବା ବେଳେ ସ୍ଥାନୀୟ ରାଜ୍ୟର ପୋଲିସ ମଧ୍ୟ ସାମିଲ ରହିଛନ୍ତି । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ । ପରେ ସର୍ଚ୍ଚ ଅପରେସନ ୨୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
ସେପଟେ ଦିଲ୍ଲୀରୁ ଅପରେସନ ଉପରେ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ । ଛତିଶଗଡ଼ ଏଡିଜେ ନକ୍ସନ ଅପରେସନ ବିବେକାନନ୍ଦ ସିହ୍ନା, ସିଆର୍ପିଏଫ୍ ଆଇଜି ରାକେଶ ଅଗ୍ରଓ୍ୱାଲ୍, ବସ୍ତର ଆଇଜି ପି ସୁନ୍ଦରରାଜ ବିଜାପୁରରେ ପହଞ୍ଚି ଅପରେସନରେ ସାମିଲ ଥିବା ଯବାନଙ୍କୁ ସାକ୍ଷାତ କରିବେ । ଏନ୍କାଉଣ୍ଟରରେ ଭାରିମାତ୍ରାରେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଲୁଚି ରହିଥିବା ଅନ୍ୟ ମାଓବାଦୀଙ୍କୁ ଧରିବା ଲାଗି ଚାଲିଛି ସର୍ଚ୍ଚ ଅପରେସନ । ଡ୍ରୋନ ଓ ବାୟୁସେନାର ହେଲିକାପ୍ଟର ଜରିଆରେ ସର୍ଚ୍ଚ ଅପରେସନ ଜାରି ରହିଛି ।