Realme 16 Pro ଏବଂ Realme 16 Pro Plus ଭାରତରେ ଲଞ୍ଚ: ମିଡ୍ ରେଞ୍ଜ୍ ସେଗ୍‌ମେଣ୍ଟରେ ଫ୍ଲାଗ୍‌ସିପ ଫିଚର୍ସ, କ୍ୟାମେରା ଜବରଦସ୍ତ

NEWS7
228-grams-of-brown-sugar-seized-in-arad-bazar

ନୂଆଦିଲ୍ଲୀରିୟଲ୍‌ମିର ଜବରଦସ୍ତ ବଜେଟ୍ କ୍ୟାମେରା ସ୍ମାର୍ଟଫୋନ୍ Realme 16 Pro ଏବଂ Realme 16 Pro Plus ଭାରତରେ ଲଞ୍ଚ ହୋଇଛି। ଅପର ମିଡ୍ ରେଞ୍ଜ ସେଗ୍‌ମେଣ୍ଟରେ ନିଜ ସ୍ଥାନ ପକ୍କା କରିବା ଉଦ୍ଦେଶ୍ୟରେ ରିୟଲମି ଏହି ସ୍ମାର୍ଟଫୋନ ଲଞ୍ଚ କରିଛି। ଏହାର ଦାମ ୩୧,୯୯୯ ଟଙ୍କାରୁ ଆରମ୍ଭ ହୋଇ ୪୪,୯୯୯ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ବର୍ତ୍ତମାନର ମହଙ୍ଗ ମାର୍କେଟ୍ରେ ରିୟଲମିର ଏହି ସ୍ମାର୍ଟଫୋନ ଲୋକଙ୍କୁ ସୁହାଇବ।

ପୂର୍ବ ମଡେଲ ତୁଳନାରେ ପ୍ରୋ ପ୍ଲସରେ ସାମାନ୍ୟ ଉନ୍ନତି ହୋଇଛି। ଏଥିରେ ରିୟଲମି ଡିଜାଇନ୍, କ୍ୟାମେରା, ବ୍ୟାଟେରୀ ପାୱାର ଏବଂ ଡ୍ୟୁରେବିଲିଟି ଅପଗ୍ରେଡ୍ କରିଛି। ଉଭୟ ଫୋନ୍ ଏବେ Flipkart ଏବଂ Realme India ଅନଲାଇନ୍ ଷ୍ଟୋର ମାଧ୍ୟମରେ ଉପଲବ୍ଧ।

 

Realme16ProଏବଂRealme16Pro Plus ସ୍ପେଶିଫିକେସନ

Realme 16 Pro Plus ବିଶେଷକରି ଏହି କ୍ୟାମେରା ଫୋକସ ସ୍ମାର୍ଟଫୋନ। ଏଥିରେ Snapdragon 7 Gen 4 ଚିପ୍ସେଟ ଦିଆଯାଇଛି। ୭୦୦୦ଏମ୍ଏଏଚ୍ରେ ବ୍ୟାଟେରୀ ସାଂଗକୁ ୮୦ ୱାଟ୍ର ଚାର୍ଜର ରହିଛି। ଫଟୋଗ୍ରାଫୀ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବେସ୍ ଭ୍ୟାରିଏଣ୍ଟ ଅପେକ୍ଷା ପ୍ରୋପ୍ଲସ୍ ଟିକେ ଉନ୍ନତ।

ଅନ୍ୟ ମିଡ୍ରେଞ୍ଜ ସ୍ମାର୍ଟଫୋନ ଅପେକ୍ଷା ଏଥିରେ ଭଲ କ୍ୟାମେରା କ୍ୱାଲିଟି ଜୁମ କ୍ୱାଲିଟି ଦିଆଯାଇଛି। ୨୦୦ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ସାଂଗକୁ ୫୦-୫୦ ମେଗାପିକ୍ସେଲ୍ର ପେରିସ୍କୋପ ଓ ଟେଲିଫଟୋ ଲେନ୍ସ ଦିଆଯାଇଛି। ଏଥିରେ ୩.୫X ଅପ୍ଟିକାଲ ଜୁମ ରହିଛି, ଯାହା ଅନ୍ୟ ମିଡ୍ରେଞ୍ଜ ଫୋନ୍ ଠାରୁ କ୍ଲିୟର ଜୁମ ରହିବ। ୫୦ ମେଗାପିକ୍ସେଲ୍ର ପେରିସ୍କୋପ ଲେନ୍ସରେ ଗ୍ରାହକ ଫ୍ଲାଗ୍ସିପ୍ ଲେବଲ ଫୋନ ଭଳି ଦୂରତାର ଫଟୋ ଉଠାଇପାରିବେ।

Realme 16 Pro Plus ରେ କର୍ଭ ଆମୋଲେଡ୍ ଡିସପ୍ଲେ ଦିଆଯାଇଛି। ଏହା ୬,୫୦୦ nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍, ଅଲ୍ଟ୍ରା-ସ୍ଲିମ୍ ୧.୪୮ଏମଏମ ବେଜେଲ୍ସ, ୨,୫୦୦Hz ଟଚ୍ ସାମ୍ପଲିଂ ରେଟ୍ ଏବଂ Netflix HDR କଣ୍ଟେଣ୍ଟ ସପୋର୍ଟ ଦିଆଯାଇଛି। ଏହି ମଡେଲ୍ରେ IP66, IP68, IP69 ଏବଂ IP69K ରେଟିଂ ଦିଆଯାଇଛି। ଯାହା ମୋବାଇଲ୍କୁ ପାଣି ଓ ଧୂଳିକଣାରୁ ସୁରକ୍ଷା ଦେବ।

ସେହିଭଳି Realme 16 Pro ମିଡ୍ ବଜେଟ୍ ସେଗମେଣ୍ଟରେ ଜବରଦସ୍ତ ଫିଚର୍ସ ସହ ଦାମ ସୁହାଇଲା ଭଳି ରଖିଛି। ଏଥିରେ ମଧ୍ୟ 4K HDR ଭିଡିଓ ରେକର୍ଡିଂ ସପୋର୍ଟ ସହ ୨୦୦ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଦିଆଯାଇଛି। ଏଥିରେ MediaTek Dimensity 7300 Max ଚିପ୍ସେଟ୍ ଦିଆଯାଇଛି। ଏହି ମଡେଲ୍ରେ ପ୍ରୋ ପ୍ଲସ୍ ଭଳି ସମାନ ବ୍ୟାଟେରୀ, ଚାର୍ଜିଂ ଫେସିଲିଟି, ଡିସ୍ପ୍ଲେ ବ୍ରାଇଟ୍ନେସ୍ ଆଦି ଦିଆଯାଇଛି। ଲାଉଡ୍ସ୍ପିକର ପାଇଁ ୩୦୦ ପରସେଟଣ୍ଟ ଅଲ୍ଟ୍ରା ଭଲ୍ୟୁମ ମୋଡ ରହିଛି।

ଉଭୟ Realme 16 Pro ଏବଂ Pro Plus ସ୍ମାର୍ଟଫୋନ Android 16 ଉପରେ ଆଧାରିତ Realme UI 7.0 ଚାଲିବ। ଏଥିରେ ୩ଟି ପ୍ରମୁଖ Android ଅପଡେଟ୍ ଏବଂ ଚାରି ବର୍ଷର ସୁରକ୍ଷା ପ୍ୟାଚ୍ ଦିଆଯିବ ବୋଲି କମ୍ପାନୀ କହିଛି।

Realme16Pro ଏବଂ Realme16Pro Plusଭାରତର ମୂଲ୍ୟ

Realme 16 Pro 5G ର ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ମୂଲ୍ୟ ୩୧,୯୯୯ ଟଙ୍କା ।୮GB + ୨୫୬GB ଭ୍ୟାରିଆଣ୍ଟର ମୂଲ୍ୟ ୩୩,୯୯୯ ଟଙ୍କା,ଟପ୍-ଏଣ୍ଡ ୧୨GB + ୨୫୬GB ମଡେଲର ମୂଲ୍ୟ ୩୬,୯୯୯ ଟଙ୍କା। ରଖାଯାଇଛି।

Realme 16 Pro Plus 5Gର୮GB + ୧୨୮GB ମୂଲ୍ୟ ୩୯,୯୯୯ ଟଙ୍କା,୮GB + ୨୫୬GB ମୂଲ୍ୟ ୪୧,୯୯୯ ଟଙ୍କା.୧୨GB + ୨୫୬GB ମୂଲ୍ୟ ୪୪,୯୯୯ ଟଙ୍କା ରଖାଯାଇଛି।

Realme 16 ସିରିଜ୍ରସେଲ୍ ଜାନୁଆରୀ ୯ ରୁ ଆରମ୍ଭ ହେଉଛି । ଯେଉଁମାନେ ଷ୍ଟାଣ୍ଡାର୍ଡ ୧୬ ପ୍ରୋ ଭର୍ସନ କିଣିବାକୁ ଯୋଜନା କରୁଛନ୍ତି ସେମାନେ କିଛି ବ୍ୟାଙ୍କ କାର୍ଡ ଅଫର ସହିତ ୩,୦୦୦ ଟଙ୍କାର ଫ୍ଲାଟ୍ ରିହାତି ପାଇପାରିବେ। ପ୍ରୋ ପ୍ଲସ୍ ମଡେଲ୍ ୪,୦୦୦ ଟଙ୍କାର ବ୍ୟାଙ୍କ ରିହାତି ଅଫର ସହିତ ଉପଲବ୍ଧ ହେବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପାଖରେ ନିର୍ଦ୍ଧାରିତ ବ୍ୟାଙ୍କ କାର୍ଡ ଅଛି, ତେବେ ୮GB + ୧୨୮GB ଭର୍ସନର ମୂଲ୍ୟ ସହିତ ଷ୍ଟାଣ୍ଡାର୍ଡ ୧୬ ପ୍ରୋ ମଡେଲ୍ ପାଇଁ ଆପଣଙ୍କୁ ୨୮,୯୯୯ ଟଙ୍କା ଦେବାକୁ ପଡିବ।