ଲଳିତ ମୋଦି,ବିଜୟ ମାଲ୍ୟାଙ୍କ ଭାଇରାଲ ଭିଡିଓ: ଜନତାଙ୍କ ସମାଲୋଚନା ପରେ ସରକାର ଦେଲେ କଡା ପ୍ରତିକ୍ରିୟା

NEWS7
21-percent-elderly-people-beat-corona-in-punjab

ନୂଆଦିଲ୍ଲୀ: Lalit Modi, Vijay Mallya viral video, ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟାଭାରତର ଦୁର୍ବଳ ବ୍ୟବସ୍ଥାକୁ କଟାକ୍ଷ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି।ବିଜୟ ମାଲ୍ୟଙ୍କ ଜନ୍ମଦିନ ପାର୍ଟିରେ ମଉଜ କଲା ବେଳେ ଲଳିତ ମୋଦୀ ଏକ ଭିଡିଓରେ ନିଜକୁ ଏବଂ ମାଲ୍ୟଙ୍କୁ ବଡ଼ ପଳତାକ ବୋଲି କହିଥିଲେ। ଲଳିତ ମୋଦୀ ନିଜେ ଏହି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଭାରତ ସରକାରଙ୍କର ଦୁର୍ବଳତା ନେଇ ପ୍ରବଳ ସମାଲୋଚନା କରାଯାଇଥିଲା।

ସୋସିଆଲ୍ ମିଡିଆରେ ନାନା କଟାକ୍ଷ ଓ ସମାଲୋଚନା ପରେ ଶେଷରେ ଭିଡିଓ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସରକାର ଲଳିତ ମୋଦୀ ଓ ବିଜୟ ମାଲ୍ୟାଙ୍କୁ ଫେରାଇ ଆଣିବାକୁ ଦୃଢ଼ି ପ୍ରତିଶ୍ରୁତି ବଦ୍ଧ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ବିଭିନ୍ନ କ୍ଷେତ୍ରରେ ଜଟିଳ ଆଇନଗତ ପ୍ରକ୍ରିୟା ଯୋଗୁ ଦୁହିଁଙ୍କୁ ପ୍ରତ୍ୟର୍ପଣ କରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଦୟସ୍ୱାଲକହିଛନ୍ତିଆମେ ପଳାତକଙ୍କୁ ଫେରାଇ ଆଣିବା ପାଇଁ ପ୍ରତିବଦ୍ଧ,ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ଦେଶଗୁଡ଼ିକ ସହିତ ଯୋଗାଯୋଗରେ ଅଛୁ,ଏବଂ ପ୍ରକ୍ରିୟା ଜାରି ରହିଛି। ଆପଣ ଜାଣନ୍ତି ଯେ,ଏହି ମାମଲାଗୁଡ଼ିକ ମଧ୍ୟରୁ ଅନେକ ମାମଲା ଆଇନଗତ ପ୍ରକ୍ରିୟାର ବହୁ ସ୍ତର ସହିତ ଜଡିତ।

ଲଳିତ ଓ ମାଲ୍ୟଙ୍କ ଭାଇରାଲ ଭିଡିଓ

ଡିସେମ୍ବର ୧୮ ତାରିଖରେ ବିଜୟ ମାଲ୍ୟା ୭୦ ବର୍ଷରେ ପଦାର୍ପଣ କରିବା ପରେ ଲଳିତ ମୋଦୀଙ୍କର ଲଣ୍ଡନର ବେଲଗ୍ରେଭ୍ ସ୍କୋୟାରରେ ଥିବା ତାଙ୍କ ବାସଭବନରେ ଜନ୍ମଦିନ ପାର୍ଟି ପାଳନ ହୋଇଥିଲା। ସୋମବାର ଏହି ମଉଜ ବେଳର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଲଳୀତ ମୋଦୀ। ଯେଉଁଥିରେସେଆମେ ଦୁଇ ପଳାତକ । ଭାରତର ବଡ଼ ପଳାତକ।ବୋଲି କହୁଛନ୍ତି। ଓ ମାଲ୍ୟ ଏଥିରେ ହସୁଥିବାର ଦେଖିବାକୁ ମିଳିଛି।

ଭିଡିଓ ପୋଷ୍ଟରେ ଲଳିତ ମୋଦୀ ଯେଉଁ କ୍ୟାପସନ ଦେଇଥିଲେ ତାହା ଆହୁରି ନିର୍ଲଜ ଥିଲା। କ୍ୟାପସନ ଦେଇ ଲେଖିଥିଲେମୋତେ କିଛି ଏମିତି କରିବାକୁ ଦିଅ, ଯେଉଁଥିରେ ଇଣ୍ଟରନେଟ୍ ପୁଣିଥରେ ଡାଉନ ହୋଇଯିବ।

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ପ୍ରବଳ ପ୍ରତିକ୍ରିୟ ପ୍ରକାଶ ପାଇଥିଲା। ଇଣ୍ଟରନେଟ୍ ୟୁଜର ଦୁଇ ପଳାତକଙ୍କ ନିର୍ଲଜତାକୁ ଜୋର୍ଦାର ସମାଲୋଚନା କରିଥିଲେ। ଏବଂ ଭାରତୀୟ ବ୍ୟବସ୍ଥାକୁ ଏହା ସିଧାସଳକ ଏକ କଟାକ୍ଷ ବୋଲି କହିଥିଲେ।

ବିଜୟ ମାଲ୍ୟା ବର୍ତ୍ତମାନ ବନ୍ଦ ହୋଇ ଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ୯ ହଜାର କୋଟି ଟଙ୍କା ଋଣ ନେଇ ଠକି ଦେଇଥିବା ଅଭିଯୋଗ ହୋଇଛି। ମନି ଲଣ୍ଡରିଂ ଅଭିଯୋଗରେ ସେ ଭାରତରେ ୱାଣ୍ଟେଡ୍ ଅଛନ୍ତି। ମାଲ୍ୟା ବର୍ତ୍ତମାନ ଜାମିନରେ ଅଛନ୍ତି ଏବଂ ୟୁକେରେ ଶରଣ ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଏବଂ ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଆର୍ଥିକ ଦୁର୍ନୀତି ଏବଂ ଅନିୟମିତତାର ଅଭିଯୋଗ ଆସିଛି। ତାଙ୍କ ବିରୁଦ୍ଧରେ ୨୦୧୫ ମସିହାରେ ଏକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଏହାପରେ ସେ ୟୁକେ ଫେରାର ହୋଇଯାଇଥିଲେ।