ଆନନ୍ଦପୁର ୩୧।୭: ବ୍ରାଉନସୁଗାର ବକ୍ରି ଅଭିଯୋଗରେ ୨୧ ଅଭିଯୁକ୍ତ ଗିରଫ । ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ୧୩ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଏସ୍ପି ପ୍ରତ୍ୟୁଷ ମହାପାତ୍ର ।
ଅଭିଯୁକ୍ତଙ୍କ ମଧ୍ୟରେ କେତେକ ଘଷିପୁରା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ କେତେକ ରାମଚନ୍ଦ୍ରପୁର, ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଭଦ୍ରକ ଅଞ୍ଚଳରୁ ଏମାନେ ବ୍ରାଉନସୁଗାର ଆଣି ଆନନ୍ଦପୁର ଅଞ୍ଚଳରେ ଦୀର୍ଘଦିନ ଧରି ବିକୁଥିଲେ । ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଢିଚାଲିଥିବା ବ୍ରାଉନସୁଗାର କାରବାରକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ଆଧାର କରି ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ କେତେଗୁଡିଏ ପୋଲସ ଟିମ୍ ଗଠନ କରି ଗତ ଦୁଇ ଦିନର ଚଢାଉ ପରେ ଏହି ସଫଳତା ମିଳିଥିବା ଜଣାପଡିଛି । ତେବେ ଆଗକୁ ମଧ୍ୟ ପୋଲିସ ଚଢାଉ ଜାରି ରଖିଥିବା ଅତିରିକ୍ତ ଏସ୍ପି କହିଛନ୍ତି ।
You Can Read: