ଚଳିତବର୍ଷ ଖୋଳାଯାଇଛି ୨୦ହଜାର ୮୯୧ଟି ନଳକୂପ, ୧୮ ପ୍ରକଳ୍ପ ଦ୍ବାରା ସବୁ ଘରକୁ ଜଳ ବ୍ୟବସ୍ଥା

Published By : Prameya-News7 Bureau | July 25, 2025 IST

ଭୁବନେଶ୍ବର ୨୫।୭: ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ଟି ପ୍ରକଳ୍ପରେ ସବୁ ଘରକୁ ହର୍ ଘର୍ ଜଳ ବ୍ୟବସ୍ଥା ହୋଇଛି । ଅଗଷ୍ଟରେ ୨୧ଟି, ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ଟି, ଡିସେମ୍ବର ସୁଦ୍ଧା ୨୨ଟି ପ୍ରକଳ୍ପ ଶେଷ ହେବ । ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ । 

୨୦୧୬ରୁ ଆରମ୍ଭ ହୋଇଥିଲା, ଲୋକମାନେ ଆତୁର ହୋଇ ପାଣି ପାଇଁ ଅପେକ୍ଷା କରିଥିଲେ । ପାଣି ପହଞ୍ଚିବାରେ ବିଳମ୍ବ ହୋଇଥିଲା । ୨୯ ହଜାର ୫୧୨ଟି ନଳକୂପ ଏ ବର୍ଷ ଦିଆଯାଇଥିଲା । ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି । ଏଜେନ୍ସୀ ପାଇଁ ସବୁ ଦିନେ ପେନାଲ୍ଟି ରହୁଛି । କାମ ବିଳମ୍ବ କଲେ ଏଜେନ୍ସୀକୁ ନୋଟିସ ହେଉଛି । କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ସମସ୍ତ ଜିଲ୍ଲା ଓ ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ଜଙ୍କିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ : ଫାର୍ମରେ ମରାଯାଉଛି କୁକୁଡ଼ା ଓ ବତକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.