ଟେକ୍ନୋଲୋଜୀ ଅପଗ୍ରେଡ ଓ ନୂଆ ଲୁକ୍ ସହ ଲଞ୍ଚ ହେଲା ୨୦୨୫ର Yamaha MT-15 2.0

Published By : Prameya-News7 Bureau | August 01, 2025 IST

economictimes

ନୂଆଦିଲ୍ଲୀଟେକ୍ନୋଲୋଜୀ ଅପଗ୍ରେଡ୍ସ ଓ ନୂଆ ଲୁକ୍ସ ସହ ଶୁକ୍ରବାର ଭାରତରେ ଲଞ୍ଚ ହୋଇଛି ୨୦୨୫ର Yamaha MT-15 2.0 ବାଇକ୍।  ଏହି ମୋଟରବାଇକର ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ମୂଲ୍ୟ ୧.୬୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରଖାଯାଇଥିବା ବେଳେ ଡିଏଲଏକ୍ସ ଭାରିଆଣ୍ଟର ମୂଲ୍ୟ ୧.୮୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରଖାଯାଇଛି।

Yamaha MT-15 2.0: ଫିଚର୍ସ ଓ ପରଫର୍ମାନ୍ସ
Yamaha MT-15 DLX ମଡେଲରେ ଏକ କଲର TFT ସ୍କ୍ରିନ୍ ରହିଛି। ଯାହା ୟାମାହ ୱାଇ-କନେକ୍ଟ ଆପ୍ ମାଧ୍ୟମରେ ସ୍ମାର୍ଟଫୋନ୍ ସହ କନେକ୍ଟ  ହୋଇପାରିବ। ଏଥିରେ ଗାଡ଼ି ଚାଳକ ବାଇକର ମେଣ୍ଟେନାନ୍ସ ପରାମର୍ଶ, ଇନ୍ଧନ ଖର୍ଚ୍ଚର ଟ୍ରାକିଂ, ପାର୍କିଂ ସ୍ଥାନ, ରେଭ୍‌ସ ଡ୍ୟାସବୋର୍ଡ, ଗାଡ଼ି ଖରାପ ହେବାର ଆଲର୍ଟ ଏବଂ ଏକ ରାଇଡର ରାଙ୍କିଂ ସିଷ୍ଟମ ବିଷୟରେ ଅପଡେଟ୍ ପାଇପାରିବେ। 

ଡଏଲଏକ୍ସ ଟ୍ରିମ ପାଇଁ ତିନୋଟି ନୂଆ ରଙ୍ଗ- ଆଇସ୍ ଷ୍ଟର୍ମ ଏବଂ ଭିଭିଡ୍ ଭାୟୋଲେଟ୍ ମେଟାଲିକ୍ ଏବଂ ଷ୍ଟାଣ୍ଡାର୍ଡ ଭାରିଆଣ୍ଟ ପାଇଁ ମେଟାଲିକ୍ ସିଲଭର ସାୟାନରେ ଉପଲବ୍ଧ ହେବ। ତେବେ ପରୁଣା ମେଟାଲିକ୍ କଳା ରଙ୍ଗର ବାଇକ ମଧ୍ୟ ବଜାରରେ ପୂର୍ବପରି ରହିଛି।

ଏହି ମୋଟରବାଇକରେ ଭେରିଏବଲ୍ ଭଲଭ୍ ଆକ୍ଚୁଏସନ୍ (VVA) ସହ ୧୫୫ସିସି ଲିକ୍ୟୁଡ୍-କୁଲ୍ଡ ଇଞ୍ଜିନ୍ ଲାଗିଛି। ଯାହା ୧୦,୦୦୦ ଆରପିଏମ ରେ ୧୮.୪ବିଏଚପି ଏବଂ ୭,୫୦୦ ଆରପିଏମରେ ୧୪.୧ଓଏନଏମ ଟର୍କ ଉତ୍ପାଦନ କରେ। ସ୍ଲିପ୍ ଆଣ୍ଡ ଆସିଷ୍ଟ କ୍ଲଚ୍ ସହିତ ଏଥିରେ ଛଅ-ସ୍ପିଡ୍ ଗିଅର୍କ୍ସ ଦିଆଯାଇଛି। ଆରୋହୀ-ସୁରକ୍ଷା ପାଇଁ, ବାଇକରେ ଟ୍ରାକ୍ସନ୍ କଣ୍ଟ୍ରୋଲ ସିଷ୍ଟମ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.