ବାଲିଯାତ୍ରା ୨୦୨୫
LIVE TV

ଟ୍ରମ୍ପଙ୍କ ଭାଷଣକୁ ଏଡିଟ୍ କରି ପ୍ରସାରଣ : ବିଦା ହେଲେ ବିବିସିର ଦୁଇ ବରିଷ୍ଠ ଅଧିକାରୀ

NEWS7
2025-womens-achievement-awards

ନ୍ୟୁୟର୍କ, ୧୦|୧୧  : ଟ୍ରମ୍ପଙ୍କ ଏଡିଟିଂ ଭିଡିଓ ଅପଲୋଡ୍ କରିବା ପଡିଲା ମହଙ୍ଗା । ଛାଡିବାକୁ ପଡିଲା ଚାକିରି । ବ୍ରିଟେନର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସି ନ୍ୟୁଜ୍ ବଡ ବିବାଦରେ ଫସିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭାଷଣକୁ ଏଡିଟିଂ କରି ପ୍ରସାରିତ କରିଥିବାରୁ କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀଙ୍କୁ ବିଦା କରାଯାଇଛି ।

ସୂଚନାନୁସାରେ, ୨୦୨୧ ଜାନୁଆରୀ ୬ ତାରିଖରେ ଓ୍ୱାସିଂଟନରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପୂର୍ବରୁ ଟ୍ରମ୍ପ ଏକ ଭାଷଣ ଦେଇଥିଲେ । କିନ୍ତୁ ବିବିସି ଏହି ଭାଷଣକୁ ଏଡିଟିଂ କରି ପ୍ରସାରିତ କରିଥିଲା । ଦର୍ଶକଙ୍କୁ ମିଛ ଖବର ଦେଖାଇଥିବା ନେଇ ବିବିସି ବିରୋଧରେ ଅଭିଯୋଗ ଆସିଥିଲା । ଆହୁରି ମଧ୍ୟ ଇସ୍ରାଏଲ-ହମାସ ଯୁଦ୍ଧ, ସମଲିଙ୍ଗୀ ପ୍ରସଙ୍ଗରେ ବିବିସି ନିରପେକ୍ଷତା ଅବଲମ୍ବନ କରିନଥିଲା ।

ଏହି ଘଟଣା ନେଇ କମ୍ପାନୀ ପକ୍ଷରୁ ଡାଇରେକ୍ଟର ଜେନେରାଲ ଟିମ୍ ଡେଭି ଏବଂ ନ୍ୟୁଜ୍ ବିଭାଗର ମୁଖ୍ୟ ଡେବୋରା ଟମେସଙ୍କୁ ଦୋଷୀ କରାଯାଇଥିଲା । ଫଳରେ ଉଭୟ ଇସ୍ତଫା ଦେଇଥିଲେ ।

କ'ଣ ଥିଲା ବିବାଦ ?

ଦି ଟେଲିଗ୍ରାଫ୍ ଅନୁସାରେ, ବିବିସି ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଭାଷଣର ଦୁଇଟି ଭିନ୍ନ ଅଂଶକୁ ଯୋଡି ପ୍ରସାରଣ କରିଥିଲା । ମୂଳ ଭାଷଣରେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ କ୍ୟାପିଟଲ ଆଡକୁ ଯାତ୍ରା କରିବା ସହ ସିନେଟରଙ୍କୁ ସମର୍ଥନ କରିବା କଥା କହିଥିଲେ । କିନ୍ତୁ ଏଡିଟେଡ୍ ଭାଷଣରେ ସେମାନେ କ୍ୟାପିଟଲ ଆଡକୁ ଯାତ୍ରା କରିବେ ଏବଂ ଶେଷ ଯାଏଁ ଲଢିବେ ବୋଲି ପ୍ରସାରଣ କରାଯାଇଥିଲା ।ଏହା ୟୁଏସ ନାଗରିକଙ୍କୁ ହିଂସା ପାଇଁ ଉସକାଇଥିବା ଅଭିଯୋଗ ହୋଇଥିଲା । କାରଣ ଟ୍ରମ୍ପ ନିଜ ଭାଷଣରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ କହିଥିବା ବେଳେ ଏଡିଟିଂରେ ଏହାକୁ ସମ୍ପୂର୍ଣ୍ଣ ଓଲଟା କରି ପ୍ରସାରଣ କରାଯାଇଥିଲା ।