ନୂଆ ଅବତାରରେ ଆସିଲା ରୟାଲ ଏନଫିଲ୍ଡ ହଣ୍ଟର ୩୫୦, ଜାଣନ୍ତୁ ଫିଚର୍ସ ଆଉ ଦାମ୍

Published By : Prameya-News7 Bureau | August 12, 2025 IST

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଏହାର ଲୋକପ୍ରିୟ ବାଇକ୍ ହଣ୍ଟର ୩୫୦କୁ ଏକ ନୂଆ ଅବତାରରେ ଲଞ୍ଚ କରିଛି। କମ୍ପାନି ଏବେ ଏହି ବାଇକ୍‌କୁ ନୂଆ ଗ୍ରାଫାଇଟ୍ ଗ୍ରେ କଲର ଅପ୍ସନରେ ଲଞ୍ଚ କରିଛି।  ନୂଆ କଲର ଅପ୍ସନ ସହ ହଣ୍ଟର ୩୫୦ର ମିଡ୍‌ ଭାରିଆଣ୍ଟରେ ସମୁଦାୟ ତିନି କଲର ଅପ୍ସନ ହୋଇଥିବାବେଳେ, ହଣ୍ଟର ୩୫୦ ମୋଟରସାଇକେଲର ସମୁଦାୟ କଲର ଅପ୍ସନ ୭ରେ ପହଞ୍ଚିଛି । ତେବେ କଲରକୁ ବାଦ୍‌ ଦେଲେ କମ୍ପାନି ବାଇକ୍‌ରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇନାହିଁ।

ତେବେ ରିପୋର୍ଟ ଅନୁସାରେ ଅପଗ୍ରେଡେଡ ରୟାଲ ଏନଫିଲ୍ଡ ହଣ୍ଟରରେ ଅନେକ ନୂଆ ମଡର୍ଣ୍ଣ ଫିଚର୍ସ ସାମିଲ କରାଯାଇଛି। ବାଇକ୍‌ରେ ଏଲଇଡି ହେଡଲ୍ୟାମ୍ପ, ଟ୍ରିପର ନାଭିଗେସନ ପଡ୍‌ ଏବଂ ଟାଇପ୍-ସି ୟୁଏସବି ଚାର୍ଜିଂ ପୋର୍ଟ ଭଳି ଅପଗ୍ରେଡସ ରହିଛି। ଏହା ବାଦ ସିଟ୍‌କୁ ଅଧିକ ଘନତ୍ବ ବିଶିଷ୍ଟ ଫୋମ୍‌ରେ ଅପଗ୍ରେଡ କରାଯାଇଛି। ଏହାଦ୍ବାରା ଲଙ୍ଗ୍‌ ରାଇଡ୍‌ରେ ଗ୍ରାହକଙ୍କୁ ଏକ ଭଲ ଅନୁଭବ ମିଳିବ। ଖାଲି ସେତିକି ନୁହେଁ ବାଇକ୍‌ରେ ଆରାମଦାୟକ ରାଇଡ୍ ପାଇଁ ନୂଆ ରିୟର ସସପେନସନ ଦିଆଯାଇଛି। ବାଇକ୍‌ରେ ୩୪୯ ସିସି ଜେ- ସିରିଜ୍ ଏୟାର କୁଲ୍ ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୨୦.୨ ବିଏଚପି ଏବଂ ୨୭ ଏନଏମ ଟର୍କ ଜେନେରେଟ କରିଥାଏ। ଏହି ଇଞ୍ଜିନ ୫-ସ୍ପିଡ ଗିୟରବକ୍ସ ଏବଂ ସ୍ଲିପ୍ ଆସିଷ୍ଟାଣ୍ଟ କ୍ଲଚ୍ ସହ ରହିଛି। ନୂଆ କଲର ଏଡିସନର ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି।

ନୂଆ ଗ୍ରାଫାଇଟ୍‌ ଗ୍ରେ ଭାରିଆଣ୍ଟ ମ୍ୟାଟ ଫିନିସ ସହ ମିଳିବ। ଯାହା ବାଇକ୍‌କୁ ଏକ ବେଶ୍‌ ଆକର୍ଷଣୀୟ ଲୁକ୍‌ ଦେଉଛି। ଏଥିରେ ନିୟନ ୟୋଲୋ ହାଇଲାଇଟ୍ସ ଦିଆଯାଇଛି । ବାଇକ୍‌ ସହରୀ ଗ୍ରାଫିଟୀ ଆର୍ଟରୁ ଅନୁପ୍ରାଣିତ। ହଣ୍ଟର ୩୫୦କୁ ଯୁବ ଗ୍ରାହକଙ୍କୁ ଲକ୍ଷ୍ୟରେ ରଖି ପ୍ରସ୍ତୁତ କରାଯାଇଛି। ଆଉ ଏହା ସିଟି ରାଇଡିଂ ପାଇଁ ଏକ ଭଲ ଷ୍ଟାଇଲିଶ ଅପ୍ସନ। ବାଇକ୍‌ର ଏକ୍ସ ଶୋରୁମ୍ ଦାମ୍ ୧ ଲକ୍ଷ ୭୬ ହଜାର ୭୫୦ ଟଙ୍କା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.