୨୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ବାହାର ରାଜ୍ୟକୁ ହେଉଥିଲେ ଚାଲାଣ

Published By : Prameya-News7 Bureau | December 04, 2024 IST

ଟିଟିଲାଗଡ଼: ବାହାର ରାଜ୍ୟକୁ ଚାଲାଣ  ବେଳେ ୨୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କୁ ବୁର୍ଡିପଡାରୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ, ହାଇଦ୍ରାବାଦର କୌଣସି ଏକ ଇଟାଭାଟିକୁ କାମ ପାଇଁ ଏହି ଶ୍ରମିକମାନଙ୍କୁ ଜଣେ ସର୍ଦ୍ଦାର ଚାଲାଣ କରୁଥିବା ଖବର ପାଇ ଟିଟିଲାଗଡ଼ ପୋଲିସ ଚଢାଉ କରିବା ସହ ଏହି ଶ୍ରମିକଙ୍କୁ ଉଦ୍ଧାର କରିଛି। 

ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ଗୁଡଭେଲା ଅଞ୍ଚଳର ବିଭିନ୍ନ ଗାଁର ୧୩ ମହିଳା, ୧୧ ପୁରୁଷ ଓ ୫ ଶିଶୁଥିବା ଜଣାପଡ଼ିଛି। ତେବେ ପୋଲିସ ଆସିବା ଜାଣି ସର୍ଦ୍ଦାର ଜଣକ ଫେରାର ହେବାରେ ସଫଳ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ପୁଣି ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇଛି। କେବେ ପ୍ରଶାସନର ନିଦ ଭାଙ୍ଗିବା ଆଉ ଦାଦନ ଚାଲାଣରୁ ଜିଲ୍ଲା କେବେ ତ୍ରାହି ପାଇବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.