ଶୋବିଜ୍‌ରୁ ବହୁ ଦୂରରେ ଶାହିଦଙ୍କ ପତ୍ନୀ, ୱେଲନେସ୍ ସେଣ୍ଟରରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

NEWS7
20-lakh-more-houses-to-be-added-to-pm-surya-ghar-yojana-by-october

ନୂଆଦିଲ୍ଲୀ ୦୪।୧୨; ବଲିଉଡ୍ ଷ୍ଟାର ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ କିଏ ବା ନଜାଣେ? କିଛି ମାସ ହେବ ମୀରା ଅନେକ ଉଦ୍ୟୋଗରେ ନିବେଶ କରିଛନ୍ତି। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ଭାବରେ ନିଜ ବ୍ୟବସାୟ ଉପରେ ଧ୍ୟାନ ଦେଇଛନ୍ତି। ତାଙ୍କର ଏକ ସ୍କିନ୍କେୟାର ବ୍ରାଣ୍ଡ ମଧ୍ୟ ଅଛି, ଯାହାକୁ ସେ ନିଜେ ଚଲାନ୍ତି। ମୀରା ନିଜର ୱେଲନେସ୍ ସେଣ୍ଟର ଖୋଲିଛନ୍ତି। ଯାହା ଗ୍ରାହକମାନଙ୍କୁ ଆୟୁର୍ବେଦିକ ଚିକିତ୍ସା ପ୍ରଦାନ କରୁଛି।

ନିକଟରେ ଏକ ଚିଟ୍ଚାଟ୍ରେ, ମୀରା ପ୍ରକାଶ କରିଛନ୍ତି ଯେ ତାଙ୍କ ସେଣ୍ଟରରେ ଏଭଳି କିଛି ଥେରପି ଅଛି , ଯାହା କେବଳ ୧୫ ମିନିଟ୍ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ମୀରା ତାଙ୍କ ଗ୍ରାହକମାନଙ୍କୁ ପସନ୍ଦ କରୁଥିବା ସବୁଠାରୁ ଲୋକପ୍ରିୟ ଥେରାପି ଗୁଡ଼ିକ ବିଷୟରେ ସେୟାର କରିଛନ୍ତି। ସେଥିରୁ ଗୋଟିଏ ହେଉଛି ଡିପ୍ ଟିସୁ ଥେରାପି, ଯାହାର ମୂଲ୍ୟ କେବଳ ୬,୫୦୦ ଟଙ୍କା । ଯାହା ଏକ ଘଣ୍ଟା ସମୟ ଲାଗେ। ଏହା ସହ ୫,୫୦୦ ଟଙ୍କ ଅଛି, ଯାହା ୯୦ ମିନିଟ୍ ପର୍ଯ୍ୟନ୍ତ ସମୟ ନେଇଥାଏ। କିଛି ଥେରାପି ଏଭଳି ମଧ୍ୟ ଅଛି ଯାହା ୧୫ ମିନିଟ୍ ଯାଏଁ ଚାଲେ କିନ୍ତୁ ୧୦,୦୦୦ କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହୁଏ। ମୀରା ତାଙ୍କ ୱେଲନେସ୍ ସେଣ୍ଟରରେ ୭ ଦିନିଆ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରନ୍ତି, ଯାହା ପାଇଁ ସେ ୧, ୭୫ ହଜାର ଟଙ୍କା ନିଅନ୍ତି।

ଏତିକି ହିଁ ନୁହେଁ ମୀରା ତାଙ୍କ ବ୍ୟବସାୟ ପରିଚାଳନା କରିବା ସମୟରେ ଦୁଇଟି ପିଲାଙ୍କର ମଧ୍ୟ ଯତ୍ନ ନିଅନ୍ତି। ଏହା ସହିତ ମୀରା ତାଙ୍କର ଫିଟନେସ୍ ରୁଟିନ୍ ଏବଂ ଏନର୍ଜି ଲେବଲ, ଏବଂ ତାଙ୍କର ସ୍କିନ୍ କେୟାର ବ୍ରାଣ୍ଡ ଏବଂ ୱେଲନେସ୍ ସେଣ୍ଟରକୁ ମଧ୍ୟ ଦେଖାଶୁଣା କରନ୍ତି। ମୀରା କହିଥିଲେ, "ମୁଁ ସପ୍ତାହରେ ତିନିରୁ ଚାରି ଥର ବ୍ୟାୟାମ କରେ। ଏହା ସହ ମୋ ପରିବାର ସହିତ ଅଧିକ ସମୟ ବିତାଇବାକୁ ଭଲ ପାଏ । ଯାଏ ମୋ ଏନର୍ଜି ଲେବଲକୁ ବଢାଇଥାଏ ।