ଇସ୍ରାଏଲ-ଆମେରିକାକୁ ଧ୍ୱଂସ କରିଦେବ ଇରାନ : ଖାମେନିଙ୍କ ମୃତ୍ୟୁ ପରେ ଏହି ବ୍ୟକ୍ତିଙ୍କ ହାତରେ ତେହେରାନର ଶାସନ !

NEWS7
20-lakh-more-houses-to-be-added-to-pm-surya-ghar-yojana-by-october

ତେହେରାନ, ୦୧ /୦୩: ସରିଲା ରାଜୁତି । ଖାମେନିଙ୍କ ଚାପ୍ଟରର ଦି ଏଣ୍ଡ୍ । ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ଇରାନ ସୁପ୍ରିମ ଲିଡର୍ । ଏବେ ଦେଶରେ ଆତଙ୍କ । କିଏ ସମ୍ଭାଳିବ ପଦ । କାହା ହାତରେ ତେହେରାନର ଦାୟିତ୍ୱ । ଯାହାକୁ ନେଇ ସବୁଠି ଚର୍ଚ୍ଚା-ଆଲୋଚନା ।

ଫେବ୍ରୁଆରୀ ମାସ୨୮ତାରିଖ । ଗର୍ଜି ଉଠିଲା ତେହରାନ । ଇରାନ ବିଭିନ୍ନ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ତେହରାନର ପାଲଟା ଜବାବ । ସବୁ ପଡୋଶୀ ଦେଶକୁ ଟାର୍ଗେଟ୍ । ଆମେରିକାର ସେନା ବେସ୍ ଉପରେ ଆକ୍ରମଣ । ସାଉଦି ସମେତ ୟୁଏଇବାହାରିନ। ସବୁଠି ଇରାନର ମିସାଇଲ୍ ଆଟାକ୍ । ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ । ଘମାଘୋଟ ଲଢେଇରେ ଥରିଲା ଆବୁଧାବିଠୁ କତାର ।ଶେ,ରେଆସିଲା ବଡ ଖବର । ଆଉ ନାହାଁନ୍ତି ଖାମେନି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଖାମେନି ନିହତ । ଖବର ଆସିବା ପରେ ବିଶ୍ୱ ସ୍ତବ୍ଧ । ଖାମେନିଙ୍କ ପରେ କିଏ ସମ୍ଭାଳିବ ଦେଶ । ଆମେରିକା ଆଗରେ ହାତ ଟେକିବନି ଇରାନ । ଇସ୍ରାଏଲର ଧମକକୁ ବି କରିବନି ଖାତିର । ଖାମେନିଙ୍କ ଅନ୍ତେ ବି ଚାଲିବ ଯୁଦ୍ଧ । କାରଣ ମୃତ୍ୟୁ ପୂର୍ବରୁ ସେ କହିଯାଇଛନ୍ତି ବଡ କଥା ।

କୁହାଯାଉଛି ଯେ, ଅଲି ଲାରିଜାନୀ ସମ୍ଭାଳିବେ ଇରାନର ମଙ୍ଗ । ଏନେଇ ପୂର୍ବରୁ ଖାମେନି କହି ସାରିଥିଲେ । ଏବେ ସେ ଇରାନ ସୁପ୍ରିମ୍ ନ୍ୟାଶନାଲ୍ ସିକ୍ୟୁରିଟି କାଉନସିଲର ସେକ୍ରେଟାରୀ ଅଛନ୍ତି ଅଲି । ଏହି କମିଟି ହାତର ଦେଶର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ବ୍ୟବସ୍ଥା ରହିଛି । ଅଲି ପୂର୍ବରୁ ଥିଲେ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା । ଇରାନ ସରକାରରେ ରହିଛି ତାଙ୍କର ଦବଦବା । ସରକାରରେ ସମ୍ଭାଳିଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ । ସେ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସର ପ୍ରତିଷ୍ଠାତା ସଦସ୍ୟ । ଏହାସହ ସଂସଦରେ ସ୍ପିକର ଦାୟିତ୍ୱ । ୨୦୦୮ରୁ ୨୦୨୦ ମଧ୍ୟରେ ପରିଚାଳନା କରୁଥିଲେ ସଂସଦ । ୨୦୨୧ରେ ଇରାନ-ଚାଇନାର ସମ୍ପର୍କକୁ ମଜବୁତ କରିବାରେ ଅଲିଙ୍କ ମହତ୍ୱପୂର୍ଣ୍ଣ ଭୂମିକ । ଋଷିଆ, ଇରାକ, ଲେବାନନ ଭଳି ଦେଶ ସହ, ଇରାନର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ପଛରେ ରହିଛି ଲାରିଜାନୀଙ୍କ ହାତ ।

ତେବେ ଖାମେନୀଙ୍କ ଉତ୍ତରାଧିକାରୀ ଭାବେ ଅଲୀ ସବୁଠୁ ଆଗରେ । ଅନ୍ୟମାନଙ୍କ ମଧ୍ୟରେ ସଂସଦର ସ୍ପିକର ଜେନେରାଲ ଘାଲିବାଫ୍ ଏବଂ ପୂର୍ବତନ ରାଷ୍ଟ୍ରପତି ହାସନ୍ ରୌହାନୀଙ୍କ ନାଁ ଆସୁଛି ସାମ୍ନାକୁ । ଯଦି ଅଲୀ ଦାୟତ୍ୱ ନିଅନ୍ତି ତାହାଲେ ଇରାନ ବସିବନି ଚୁପ୍ । ଖାମେନିଙ୍କ ମୃତ୍ୟୁର ନେବ ପ୍ରତିଶୋଧ । ଫଳରେ ତୃତୀୟ ବିଶ୍ୱଯୁଦ୍ଧ ଆଡେ ମୁହାଁଇବ ବିଶ୍ୱ ।