କଟକ: କଟକ ଖାନନଗର ବ୍ରିଜ୍ ନିର୍ମାଣ କାମ ବେଳେ ଅଘଟଣ । କ୍ରେନ୍ ଛିଡ଼ି ଯିବାରୁ ଖସିପଡ଼ିଲା ବିଜ୍ ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ସ୍ଲାବ୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଗୁରୁତର ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ଜଣେ ଯନ୍ତ୍ରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହା ସହ ଗୁରୁତରଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିଭଳି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅନୁଧ୍ୟାନ ପରେ ମନ୍ତ୍ରୀ ଘଟଣାରେ ୩ ଜଣିଆ କମିଟି ତଦନ୍ତ କରିବା ନେଇ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଏହି କମିଟି ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ। ଆଉ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
You Can Read:
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ