ରାତି ପାହିଲେ ପୁଅର ବାହାଘର, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ

NEWS7
2-son-arrested-for-assaulting-their-father-on-road-in-greater-noida

ଆସ୍କା ୨୨/୦୧: ଘରେ ଖୁସିର ମାହୋଲ । ମାଇକ ବାଜୁଛି, ଘରେ ବି ବନ୍ଧୁବାନ୍ଧବଙ୍କ ଗହଳି । କାରଣ ରାତି ପାହିଲେ ପୁଅ ବାହାଘର । ରାତି ପାଇଲେ ବର ହୋଇ ଯାଇଥାନ୍ତା ପୁଅ । ହେଲେ ପୁ ପାଲିଙ୍କି ଉଠିବା ଆଗକୁ ଉଠିଛି ବାପାର କୋକେଇ । ବାହାଘର ଦେଖି ନପାରି ଅକାଳରେ ଚାଲିଗଲେ ବାପା ।

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମରେ ନଜର ଆସିଛି ଏପରି ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ମଙ୍ଗୁଳୁ ଗୌଡ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ସୂଚନା ଥାଉକି, କାଲି ମଙ୍ଗୁଳୁ ଗୌଡଙ୍କ ପୁଅ ବାହାଘର ଥିଲା । ଘରେ ଗହଳି ଚହଳି ଲାଗିଥିଲା । ଟେଣ୍ଟ ଭିଡା ଚାଲିଥିଲା । ଘର ଭିତରେ ମଙ୍ଗୁଳୁ ଇଲୋଟ୍ରିକ ବଲ୍ଲବ ଚେଞ୍ଜ କରିବା ବେଳେ ଇଲୋଟ୍ରିକ ବଲ୍ଲବ ଫୁଟି ଯିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଆସିକା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।