ରେଶମ ସହରରେ ଲଜ୍ଜା...୨ ନାବାଳିକାକୁ ଡାକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | June 06, 2025 IST

ବ୍ରହ୍ମପୁର ୦୬/୦୬: ବ୍ରହ୍ମପୁରରେ ଲଜ୍ଜା । ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ ଘଟିଛି ଦୁଷ୍କର୍ମ । ୪ ତାରିଖରେ ଥାନାରେ ଏତଲା ହୋଇଛି । ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । 

ସୂଚନା ଥାଉକି, ଦୁଇ ନାବାଳିକାଙ୍କ ଘରେ ଶୁଭ କାର୍ଯ୍ୟ ଚାଲିଥିଲା। ସେହି ଗାଁର ୪ ଜଣ ଯୁବକ ଦୁଇଟି ବାଇକ୍‌ ଯୋଗେ ଆସି ସେମାନଙ୍କୁ ବସାଇ ନେଇଥିଲେ । ଗାଁ ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଘଟଣା ଘଟିଛି ୩ ତାରିଖରେ, କିନ୍ତୁ ୪ ତାରିଖ ରାତିରେ ଗୋଲନ୍ଥରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ବର୍ଗ। ଖବର ପାଇ ପୋଲିସ ପକ୍ଷରୁ ୪ ଜଣ ଯୁବକଙ୍କୁ ଧରିବା ପାଇଁ ଜୋରଦାର ତଲାସି ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.