ଦେଖିବାକୁ ଯାଇଥିଲେ କୁକୁଡା ଫାର୍ମ, କାନ୍ଥ ତଳେ ଚାପି ହୋଇ ଶାଶୂ-ବୋହୂ ମୃତ

Published By : Prameya-News7 Bureau | July 06, 2025 IST

ନୂଆପଡା ୦୬/୦୭: ଅଭାବନୀୟ । ଦୁଃଖଦ । କୁକୁଡା ଫାର୍ମ ଦେଖିବାକୁ ଯାଇଥିଲେ ଶାଶୁ ବୋହୂ । ସାଙ୍ଗରେ ଥିଲା ୮ ବର୍ଷର କୁନି ଝିଅ । କେହି ଜାଣିନଥିଲେ ଏତେ ବଡ ଅଘଟଣ ଘଟିଯିବ । ଆଉ ଘରକୁ ଫେରିପାରିବେନି । ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ପଡିବାରୁ  ଚାପି ହୋଇ ଚାଲିଯାଇଛି ୨ ଜୀବନ । ଅଳ୍ପକେ ବର୍ତ୍ତିଗଲା ୮ ବର୍ଷର ଝିଅର ଜୀବନ । 

ନୂଆପଡା ଲଖନା ଥାନା ପଟକରପାଲି ଗାଁରୁ ଆସିଛି ଅଭାବନୀୟ ଘଟଣା । ମୃତକ ୨ ଜଣ ହେଲେ ସ୍ଥାନୀୟ ଅଞ୍ଚଳର ୩୫ ବର୍ଷୀୟ ବାଳମତି ଶବର ଓ ୬୧ ବର୍ଷୀୟ ରୂପେ ଶବର । ସେମାନେ ନିଜର ନିର୍ମାଣାଧୀନ କୁକୁଡା ଫାର୍ମ ଦେଖିବାକୁ ଯାଇଥିଲେ । କାନ୍ଥ ପାଖରେ ଠିଆ ହୋଇଥିବାବେଳେ ହଠାତ ଦୁହିଁଙ୍କ ଉପରେ କାନ୍ଥ ପଡିଯାଇଥିଲା । ଚାହୁଁଚାହୁଁ ଉଭୟ ଚାପି ହୋଇଯାଇଥିଲେ । ପାଖରେ କେହି କୁଆଡେ ନଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । 

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।   

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.