ଝାରସୁଗୁଡା ସାରସମାଲ ଛକରେ ଉତ୍ତେଜନା, ଦୁର୍ଘଟଣା ପରେ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Published By : Prameya-News7 Bureau | May 29, 2025 IST

ଝାରସୁଗୁଡା ୨୯/୦୫: ଝାରସୁଗୁଡା ସମ୍ବଲପୁର ରାସ୍ତା ସାରସମାଲ ଛକରେ ଉତ୍ତେଜନା । ପିକଅପ୍‌ ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ପରେ ଗାଡି  ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୋଲିସ ନେଉଥିବାବେଳେ ସ୍ଥାନୀୟ ଲୋକେ ଟାଣି ନେବାକୁ ଉଦ୍ୟମ କରିଛନ୍ତି । ଉତ୍ତେଜନା ସହ ରାସ୍ତା ଅବରୋଧ ହୋଇଥିଲା । 

ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି ।ପରିସ୍ଥିତି ଉପରେ ନଜର ରଖିଛି ପୋଲିସ । ଗୁରୁବାର ସକାଳୁ ସକାଳୁ ଦୁର୍ଘଟଣା ହୋଇଥିଲା । ପିକ୍‌ଅପ୍‌ ଗାଡି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ମୃତକ ହେଲେ ଅଜିତ ସିଂ । ଅନ୍ୟ ମୃତକଙ୍କ ପରିଚୟ ମିଳିପାରିନି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.