ବିଜେଡ଼ିର ଚାଷୀ ଆନ୍ଦୋଳନକୁ ନେଇ ବିଜେପିର କଡ଼ା କାଉଣ୍ଟର, ଚାଷୀଙ୍କ କଥା ବିଜେଡ଼ି କହିବା ହାସ୍ୟାସ୍ପଦ

NEWS7
2-dead12-injured-in-a-blast-near-quetta-at-pakistan

ଭୁବନେଶ୍ଵର: ଚାଷୀ ସମସ୍ୟା ଉଠାଇ ଆଜି ରାଜଧାନୀରେ ହାଲ୍ଲାବୋଲ୍ କରିଛି ବିଜେଡ଼ି। ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲା ଦଳ। ହେଲେ ଏହାକୁ କଡ଼ା ଭାଷାରେ କାଉଣ୍ଟର କରିଛି ବିଜେଡ଼ି। ଇତିହାସ କଥା ଦୋହରାଇ ପୂର୍ବ ସରକାରଙ୍କୁ ଜୋରଦାର ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ। କହିଛନ୍ତି,ନବୀନ ବାବୁ ଗତ ୨୪ ବର୍ଷ ଧରି ଓଡ଼ିଶା ଇତିହାସରେ ଲମ୍ବା ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ରେ ଥିଲେ। ସେ ସମୟରେ ଯଦି ଚାଷୀଙ୍କ ପାଇଁ ଯଦି କିଛି କରିଥାନ୍ତେ,ତେବେ ବିରୋଧି ଦଳ ଆସନରେ ବସିବାକୁ ପଡ଼ି ନଥାନ୍ତା।

ବିରୋଧୀ ହିସାବରେ କହିଲେ, ସକରାତ୍ମକ ବିରୋଧୀ ଦଳ ଭୂମିକା ନିଭାଇବୁ। ତେବେ ବିଧାନସଭାରେ ଚର୍ଚ୍ଚା ଆଲୋଚନାକୁ ଡରୁଛନ୍ତି କାହିଁକି ? ବିଜେପି ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ।ପବିତ୍ର ଗୃହର ଗାରିମା ନଷ୍ଟ କରୁଛନ୍ତି ବିଜେଡ଼ି ବିଧାୟକ। ଚାଷୀଙ୍କ କଥା ବିଜେଡ଼ି କହିବା ହାସ୍ୟାସ୍ପଦ। ୨୦୨୩-୨୪ ବର୍ଷରେ ଚାଷୀଙ୍କ ଠୁ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ଥିଲା ବିଜେଡ଼ି ସରକାର। ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ୯୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଥିଲେ। ପ୍ରତିଶ୍ରୁତି ମୁତାବକ ଧାନ MSP ମଧ୍ୟ ବଢ଼ାଗଲା ।

Also read: ପୀତବାସ ପଣ୍ଡା ହତ୍ୟା ମାମଲା : ଭିସିରେ ହାଜର ହେଲେ ୧୩ ଅଭିଯୁକ୍ତ, ଅସୁସ୍ଥତା ଯୋଗୁଁ ୩ ଅନୁପସ୍ଥିତ

ସେ କହିଛନ୍ତି, ବିଜେପି ବିରୋଧୀ ଦଳରେ ଥିବା ସମୟରେ ଧାନ କିଣାକୁ ସଠିକ୍ କରିବାକୁ ସବୁ ବିଧାୟକ ଓ ବିରୋଧୀ ଦଳ ନେତା ଅଞ୍ଚଳ ବୁଲୁଥିଲେ,ଏବେ ସରକାରକୁ ଆସିବା ପରେ ଧାନ କିଣାକୁ ସୁରକ୍ଷିତ କରିବା ପାଇଁ ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ତଦାରଖ କରୁଛନ୍ତି। ଏଭଳି ସ୍ଥଳେ ଚାଷୀଙ୍କ ପାଇଁ ବିଜେଡି ସରକାର କରିଥିଲା କଣ ବୋଲି ପ୍ରଶ୍ନ କରିଛନ୍ତି ବିରଞ୍ଚି ନାରାୟଣ ତ୍ରୀପାଠୀ। ପୂର୍ବ ସରକାର କାଳିଆ ଯୋଜନା ଘୋଷଣା କରି ୧୦ ହଜାର ଟଙ୍କା କହି ୪ ହଜାରରେ ପହଞ୍ଚାଇ ଦେଲେ। ପ୍ରତି ଥର କିସ୍ତି ବେଳକୁ ଚାଷୀଙ୍କ ସଂଖ୍ୟା କମିଗଲା। PM କିଷାନରେ ଚାଷୀ ଅଧିକ ଉପକୃତ ହୋଇଥାନ୍ତେ,ନବୀନ ବାବୁଙ୍କ ସରକାର ଚାଷୀଙ୍କ ତଥ୍ୟ ଦେଇ ପାରି ନଥିଲେ।

ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ୨୪ ବର୍ଷରେ କେତୋଟି କୃଷି ମହା ବିଦ୍ୟାଳୟ କରିଥିଲେ। ବିଜେପି ସରକାର ବଲାଙ୍ଗୀର ଓ ମୟୂରଭଞ୍ଜରେ ଦୁଇଟି କୃଷି ମହାବିଦ୍ୟାଳୟ କରିବାକୁ ଯାଉଛନ୍ତି। ବିଜେପି ସରକାର କୃଷି ଓ କୃଷକଙ୍କ ପାଇଁ ସମର୍ପିତ ସରକାର। ବିଜୁ ଜନତା ଦଳ ପାଖରେ ଯଦି ଦମ୍ ଅଛି, ବିଧାନସଭାକୁ ଚଳାଇବାକୁ ଦିଅନ୍ତୁ। ଯଦି ଦମ୍ ଅଛି ପ୍ରସଙ୍ଗ ଉଠାନ୍ତୁ,ସରକାର ତଥ୍ୟ ରଖିବେ।

Also read: ଟେଟ୍ରା ପ୍ୟାକରେ ମଦ ବିକ୍ରି କରି ବିଜେପି ସରକାର 'ମଦମୁକ୍ତ ଓଡ଼ିଶା' ନା 'ମଦଯୁକ୍ତ ଓଡ଼ିଶା' ଗଠନ କରୁଛି ?

ବିଜେଡ଼ି ଆଇନ୍ ଶୃଙ୍ଖଳା କଥା କହିବ ? ସେ ସରକାର ସମୟରେ ଦିନ ଦ୍ୱିପହରରେ ଅପରାଧ ଘଟୁଥିଲା। ଏବେ ବିଜେପି ସରକାରରେ ତୁରନ୍ତ ଦୋଷୀଙ୍କୁ ଧରି ଦଣ୍ଡ ଦିଆଯାଉଛି। ବିଜେଡିକୁ ଆହ୍ବାନ କରୁଛୁ, ବିରୋଧୀ ଦଳ ନେତା ଓ ଉପନେତା ବିତର୍କ ପାଇଁ ଆସନ୍ତୁ। ଏପରି ନାଟକ କଲେ ଓଡିଶାବାସୀ କ୍ଷମା କରିବେ ନାହିଁ। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବିଶ୍ୱାସ ହରାଇବା ପରେ ତାଙ୍କ ଦଳୀୟ ନେତାଙ୍କ ବିଶ୍ୱାସ ମଧ୍ୟ ହାରାଇ ବସିଛି।ବିଜେପି ସରକାର କୃଷକ ଓ ମହିଳା କଲ୍ୟାଣ କାର୍ଯ୍ୟ କରୁଛି, ପ୍ରସଙ୍ଗ ନଥିବାରୁ ନାଟକବାଜି କରୁଛି ବିଜେଡ଼ି।