LIVE TV

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ : ୫ ନାମାଙ୍କନ ନାକଚ, ୧୪ ନାମାଙ୍କନ କାଏମ

NEWS7
2-candidate-with-draw-nomination-from

ନୂଆପଡ଼ା ୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ । ୧୯ ପ୍ରାର୍ଥିପତ୍ର ମଧ୍ୟରୁପ୍ରାର୍ଥିପତ୍ର ନାକଚ ହୋଇଛି । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି ନାମାଙ୍କନ ନାକଚ ହୋଇଥିବା ୫ ସ୍ୱାଧୀନ ପ୍ରାର୍ଥୀ ହେଲେ ପୁରୁଷୋତ୍ତମ ବେହେରା, କମଳ କୁମାର ଛତ୍ରିଆ, ରାଜାରାମ ସାହୁ, ସୀତାରାମ ବେହେରା ଓ ଭୁଜବଳ ଆଡବଙ୍ଗ ।

ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର କାମ ରହିଥିବା ସୂଚନା ମିଳିଛି । ନୂଆପଡ଼ାରେ ଉପନିର୍ବାଚନକୁ ନେଇ ବୁଧବାର ୧୧ଟାରୁ ନାମାଙ୍କନ ପତ୍ର ଯାଞ୍ଚ ଚାଲିଥିବା ବେଳେ ଚର୍ଚ୍ଚାରେ ଥିଲା କଂଗ୍ରେସ । କାରଣ ସତ୍ୟପାଠରେ କଂଗ୍ରେସ ଭୁଲ୍ ତଥ୍ୟ ଦେଇଥିବା ନେଇ ମଙ୍ଗଳବାର ବିଜେପି ଏକ ସାମ୍ବାଦିକ ବାର୍ତ୍ତା କରି ଅଭିଯୋଗ ଆଣିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଘାସିରାମଙ୍କ ନାମରେ ୧୯ ମାମଲା ରହିଥିବା ତଥ୍ୟ କହୁଥିବା ବେଳେ ବର୍ତ୍ତମାନ ୧୨ଟି ମାମଲା ଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଯାହା ବିରୋଧରେ ବିଜେପି ସପକ୍ଷରେ ହାଇକୋର୍ଟରୁ ଓକିଲ ଆସି କଂଗ୍ରେସ ଓକିଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହାକୁ ରିଟର୍ଣ୍ଣିଂ ଅଫିସର କୋର୍ଟଙ୍କ ଆଶ୍ରୟ ନେବାକୁ କହିଥିବା କଂଗ୍ରେସ ଓକିଲ କହିଛନ୍ତି ।