LIVE TV

ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ : କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ସିଏମ୍‌ଙ୍କୁ ଚିଠି, ଖ୍ରୀଷ୍ଟିଆନ ସୋସାଇଟିର ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ

NEWS7
19-accused-were-conspiring-to-kill-pm-modi-said-draft-of-elgar-parishad-case

କଟକ ୨୫।୧୧: ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ଚିଠି ଲେଖିଲେ ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସମ୍ପାଦିକା ଆଇନଜୀବୀ ପଦ୍ମାଳୟା ମହାପାତ୍ର । ହ୍ୟୁମାନଙ୍କ ମୃତ୍ୟୁ ପଛର ନିର୍ଦ୍ଧିଷ୍ଟ କାରଣ କ’ଣ ? ସେ ଚାପ କିମ୍ବା ଅବହେଳାର ଶିକାର ହୋଇଥିଲେ କି? ଏହିଭଳି ଅନେକ ସମ୍ଭାବ୍ୟ କାରଣ ଗୁଡିକ ଖୋଜି ବାହାର କରିବା ଲାଗି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କିମ୍ୱା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବି କରିଛନ୍ତି । ତାଙ୍କ ମୃତ୍ୟୁ ସହ ଜଡିତ ପ୍ରତ୍ୟେକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ପରିବାର ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ, ହ୍ୟୁମାନଙ୍କ ସମ୍ପର୍କୀତ ସମସ୍ତ ଡିଜିଟାଲ ପ୍ରମାଣ, ହ୍ୟୁମାନଙ୍କ ମୋବାଇଲ ଫୋନ, କଲ୍ ଡିଟେଲ୍ସ, ବ୍ୟାଙ୍କ କାରବାର ଓ ସୋସିଆଲ ମିଡିଆ ତଥ୍ୟକୁ ସୁରକ୍ଷିତ ରଖାଯାଉ ବୋଲି ସେ ଦାବି କରିଛନ୍ତି । ଜନସାଧାରଣ ଉଦ୍ଦେଶ୍ୟରେ ଏକ ସ୍ୱଚ୍ଛ ରିପୋର୍ଟ ଉପସ୍ଥାପିତ କରାଯାଉ ବୋଲି ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାବି କରିଛନ୍ତି ।

ସେପଟେ, ହ୍ୟୁମାନ ସାଗରଙ୍କୁ ନ୍ୟାୟ ନଦେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ । ବଲାଙ୍ଗିର ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଖ୍ରୀଷ୍ଟିଆନ ସୋସାଇଟି ଓ ତାଙ୍କ ପରିବାର ସଦସ୍ୟ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମା’କୁ ନ୍ୟାୟ ମିଳୁ ଗୋଟିଏ ଝିଅକୁ ନ୍ୟାୟ ମିଳୁ । ମ୍ୟାନେଜରଙ୍କ ସହ ଯେଉଁମାନେ ହ୍ୟୁମାନଙ୍କ ସହ ସମ୍ପୃକ୍ତ ଥିଲେ ସମସ୍ତଙ୍କର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଭଳି କିଛି ଦାବି ନେଇ ବଲାଙ୍ଗିର ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇ ଦାବି ଜଣାଇଛନ୍ତି ଖ୍ରୀଷ୍ଟିଆନ ସୋସାଇଟି ଓ ତାଙ୍କ ପରିବାର ସଦସ୍ୟ । ଗୋଟିଏ ମା’ଙ୍କୁ ଗାଳି କରିଥିବା ମ୍ୟାନେଜରଙ୍କୁ ଗିରଫ କରାଯାଉ, ତାର ଆକାଉଣ୍ଟ ସହ ସମସ୍ତଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ । ଜଣେ ସୁସ୍ଥ ମଣିଷର ଦେହ ହଠାତ କେମିତି ଶୁଖିଲା ପଡିଲା ଓ ପରେ ତାଙ୍କର ମୃତ୍ୟୁ ହେଲା ଏ ଘଟଣା ସହଜ ନୁହେଁ ବୋଲି ଦାବି କରି ପୋଲିସ ତଦନ୍ତ କରିବା ନେଇ ଦାବି କରିଛନ୍ତି ସମସ୍ତେ । ସେପଟେ ଯଦି ସତ ସମ୍ନାକୁ ନ ଆସି ତଦନ୍ତ କରାନଯାଏ ତାହେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।