ଗଞ୍ଜାମରେ ୧୮ ଅପରାଧୀଙ୍କୁ ବାନ୍ଧିଲା ପୋଲିସ, ଜବତ ହେଲା ୧୭ ବନ୍ଧୁକ

Published By : Prameya-News7 Bureau | May 04, 2025 IST

ଛତ୍ରପୁର ୦୪।୦୫ : ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି । 

ଖବର ଅନୁଯାୟୀ, ରବିବାର ଦିନ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଥିଲା । ଯେଉଁଥିରେ ସେ କହିଥିଲେ କି, ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡ଼ା, ଭଞ୍ଜନଗର, ପୋଲସରା, ଚମାଖଣ୍ଡି ଅଞ୍ଚଳରେ ଚଢାଉ କରିଥିଲେ । ଯେଉଁଥିରେ ୧୮ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି । ବିଭିନ୍ନ ଅପରାଧୀଙ୍କ ମାମଲାରେ ଜଡିତ ଥିଲେ ଏମାନେ । ପୋଲିସର ତଦନ୍ତ ପରେ ହିଁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.