ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ହସ୍ତକ୍ଷପ କରିବାକୁ ରାଜ୍ୟପାଳଙ୍କୁ ମେୟରଙ୍କ ଅନୁରୋଧ

NEWS7
16th-finance-commission-arrives-in-odisha

କଟକ ୨୬।୨: ଶୈଳବାଳା ମହିଳା ସ୍ଵୟଂ ଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କଟକ ମେୟର ସୁବାଷ ସିଂ । ଚିଠି ମାଧ୍ୟମରେ ଏ ବିଷୟରେ ହସ୍ତକ୍ଷପ କରିବାକୁ ମେୟର ଅନୁରୋଧ କରିଛନ୍ତି ।

ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରୀ ମାନଙ୍କୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗତ ସପ୍ତାହରେ ଚିଠି ଲେଖିବା ପରେ ଯଦିଓ ପ୍ରଶାସନିକ ସ୍ତରରେ କିଛି ଆଲୋଚନା ହୋଇଥିଲା । କିନ୍ତୁ କୌଣସି ସମାଧାନର ରାସ୍ତା ନ ବାହାରିବାରୁ ପୁଣି ଥରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଚିଠି ଲେଖି ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ବିଷୟରେ ହସ୍ତକ୍ଷପ କରିବାକୁ ଅନୁରୋଧ କରିଛନ୍ତି ।

ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ କଟକ ତଥା ରାଜ୍ୟର ସର୍ବପୁରାତନ ତଥା ମହିଳା କଲେଜ । ୨୦୦୬ ଏବଂ ୨୦୧୭ ମସିହାରେ UGC NAAC ଟିମ୍ ଦ୍ୱାରା ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳକୁ "ଏ" ଗ୍ରେଡ୍ ପ୍ରଦାନ କରାଯାଇଥିଲା । ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ଦୀର୍ଘ ୧୧୩ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ନିଜର କାର୍ଯ୍ୟ ସମ୍ପାଦନା କରିଆସୁଛି । ଉଚ୍ଚଶିକ୍ଷା ପ୍ରତି ଏହି ଅନୁଷ୍ଠାନର ସ୍ଥାୟୀ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଶୈଳବାଳା ମହାବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ପାଇଁ ଅନୁରୋଧ କରିଛନ୍ତି ମେୟର ।