ଲାଲ୍‌ ବାହିନୀକୁ ଝଟ୍‌କା, ଆତ୍ମସମର୍ପଣ କଲେ ୧୬ ମାଓବାଦୀ

Published By : Prameya-News7 Bureau | June 02, 2025 IST

ମାଲକାନଗିରି ୦୨।୦୬ : ଲାଲ୍‌ବାହିନୀକୁ ଝଟ୍‌କା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ କୁଖ୍ୟାତ ମାଓ ନେତା ରହିଥିବା ସୂଚନା ମିଳିଛି । ଏପିରିକି ସେହି ଦୁଇ ହାର୍ଡକୋର ମାଓବାଦୀଙ୍କ ମୁଣ୍ଡ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର ।

ସେହିପରି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସୁକୁମା ବିଜାପୁର ଓ ଦାନ୍ତେଓ୍ୱାଡା ଜିଲ୍ଲାର ଅନେକ ହିଂସାକାଣ୍ଡରେ ଜଡ଼ିତ ଥିବା କହିଛନ୍ତି ସୁକୁମା ଏସ୍‌ପି କିରଣ ଚୌହ୍ୱାନ । ମାଓ ସଂଗଠନ ଦୁର୍ବଳ ହେଉଥିବା ବେଳେ ନିଜର ଜୀବନ ବଞ୍ଚାଇବା ପାଇଁ ଏମାନେ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଛତିଶଗଡ଼, ଓଡିଶା, ଆନ୍ଧ୍ର ପ୍ରଦେଶ ଆଦି ଜଙ୍ଗଲରେ ମାଓବାଦୀଙ୍କୁ ଦମନ ପାଇଁ ଅପରେସନ 'କାଗାର' ଆରମ୍ଭ କରିଛନ୍ତି । ଯେଉଁଥିରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ଅଛନ୍ତି । ତେବେ ଗୋଟିଏ ପଟେ ମାଓବାଦୀଙ୍କୁ ଦମନ ଲାଗି ଅପରେସନ ଚାଲିଥିବା ବେଳେ ଅନ୍ୟପଟେ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ଲାଲାବାହିନୀର ସଦସ୍ୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.