‘ଗୁପ୍ତଚର’ ଜସବୀରର ମୋବାଇଲରୁ ମିଳିଲା ୧୫୦ ପାକିସ୍ତାନୀ ନମ୍ୱର, ସେ ନିଜ ଲ୍ୟାପଟପ୍‌କୁ ଘଣ୍ଟାଏ ପାଇଁ ଦେଇଥିଲା ...

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଗିରଫ କରାଯାଇ ଥିବା ପଞ୍ଜାବର ୟୁଟ୍ୟୁବର ଜସବୀର ସିଂହଙ୍କୁ ନେଇ ଅନେକ ଖୁଲାସା ହେଉଛି। ସେ ଗତ କିଛି ଦିନରୁ ୬ଥର ପାକିସ୍ତାନ ଯାତ୍ରା କରି ସାରି ଥିଲେ ଏବଂ ତାଙ୍କର ମୋବାଇଲରୁ ପାକିସ୍ତାନର ୧୫୦ଟି କଣ୍ଟାକ୍ଟ ମିଳିଛି। ଜସବୀରଙ୍କୁ ୪ ଜୁନରେ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇ ଥିଲା। ଶନିବାର ପଞ୍ଜାବର ଏକ କୋର୍ଟ ତାଙ୍କର ହେପାଜତକୁ ଦୁଇ ଦିନ ପାଇଁ ଆହୁରି ବଢାଇ ଦେଇଛନ୍ତି। ଏହା ପୂର୍ବରୁ , ଜ୍ୟୋତି ମାଲହୋତ୍ରାଙ୍କ ସମେତ ଆହୁରି ଅନେକଙ୍କର ମଧ୍ୟ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇ ସାରିଛି।

ଏନଡିଟିଭି ଅନୁସାରେ , ‘ଜାନମହଲ ଭିଡ଼ିଓ’ ୟୁଟ୍ୟୁବ୍ ଚ୍ୟାନେଲ୍‌ ଚଲାଉ ଥିବା ଜସବୀର ପୁଲିସକୁ ରିମାଣ୍ଡ ବେଳେ କହିଛି ଯେ ,ସେ ନିଜର ଲ୍ୟାପଟପ୍‌ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କୁ ଘଣ୍ଟାଏ ପାଇଁ ଦେଇ ଥିଲା। ସେ ମଧ୍ୟ ଜ୍ୟୋତି ମାଲହୋତ୍ରାଙ୍କ ପରି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଅପରେଟିଭ୍‌ ଡାନିସ୍‌ ଓରଫ ଏହସାନ-ଉର-ରହମାନଙ୍କ ସଂପର୍କରେ ଥିଲେ। ସେ ପଞ୍ଜାବର ମୋହାଲୀର ଏକ କୋର୍ଟକୁ କହିଛନ୍ତି ଯେ, ତାଙ୍କୁ ଜଣେ ମହିଳା ବନ୍ଧୁ ଡାନିସ୍‌ଙ୍କ ସହ ଭେଟ କରାଇ ଥିଲେ।

ଜସବୀର ପୁଲିସକୁ ପଚରାପଚରି ବେଳେ କହିଥିଲେ କି, ଡାନିସ୍ ହିଁ ଏଥିପାଇଁ କିଛି ସିମ୍‌ କାର୍ଡ ମଧ୍ୟ ଅର୍ଡର କରିଥିଲା। ଗୁପ୍ତଚର ନେଟୱର୍କରେ ଡାନିସର କନେକ୍ସନ ମିଳିବା ପରେ ସରକାର କଡ଼ା ଆକ୍ସନ ନେଇ ତାକୁ ପାକିସ୍ତାନ ପଠାଇ ଦେଇ ଥିଲେ। ଏହା ପୂର୍ବରୁ ଜସବୀରକୁ ପାକିସ୍ତାନର ଗୁଇନ୍ଦା ଅଧିକାରୀ ଶାକିର ଓରଫ ଜଟ୍ଟ ରନ୍ଧାୱାଙ୍କ ସହ ଲିଙ୍କ୍‌ ଥିବାର ମଧ୍ୟ ଜଣାପଡି ଥିଲା ଏବଂ ଏହା ସାମନାକୁ ଆସିଛି ୨୦୨୦,୨୦୨୧ ଓ ୨୦୨୪ରେ ପାକିସ୍ତାନକୁ ନିଜର ଯାତ୍ରା ବେଳେ, ସେ ଆଇଏସଆଇ ଅଧିକାରୀଙ୍କ ସିଧା ସଂପର୍କରେ ଆସିଥିଲେ। ସେ ଖୁଲାସା କରିଥିଲେ ଯେ, ପାକିସ୍ତାନର ପୂର୍ବତନ ପୁଲିସକର୍ମୀ ନାସିର ଢିଲ୍ଲୋନ ତାକୁ ଲାହୋରରେ ଆଇଏସଆଇର ଅଧିକାରୀଙ୍କ ସହ ପରିଚୟ କରାଇ ଥିଲେ।

ଶନିବାର, ତିନି ଦିନର ପୁଲିସ ହେପାଜତର ଅବଧି ସରିବା ପରେ ଜସବୀର ସିଂହକୁ କୋର୍ଟରେ ହାଜର କରାଯାଇ ଥିଲା। ଜସବୀରର ଓକିଲ କହିଛନ୍ତି, ପୁଲିସ ତାକୁ ୭ଦିନର ରିମାଣ୍ଡ ଦେବାକୁ ଅନୁରୋଧ କରିଥିଲା, କିନ୍ତୁ କୋର୍ଟ ଦୁଇ ଦିନ ପାଇଁ ହେପାଜତରେ ପଠାଇ ଥିଲା। ପୁଲିସ ଅନୁସାରେ, ୟୁଟ୍ୟୁବର ଜସବୀର ସିଂହ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଜ୍ୟୋତି ମାଲହୋତ୍ରା ସହ କଥିତ ରୂପେ ସଂପର୍କରେ ଥିଲା, ଯିଏ ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଏବେ ହେପାଜତରେ ଅଛି। ରୂପନଗର ଜିଲ୍ଲାର ମହଲାନ ଗାଁ ନିବାସୀ ଜସବୀର ସିଂହ ଓରଫ ଜାନ ମହଲ (୪୧) ର ୟୁଟ୍ୟୁବରେ ୧୧ ଲକ୍ଷରୁ ଅଧିକ ସବ୍ସକ୍ରାଇବର ଅଛନ୍ତି। ଜସବୀର ସିଂହର ଚ୍ୟାନେଲ ନାଁ ‘ଜାନ୍‌ ମହଲ ଭିଡ଼ିଓ’, ଯାହା ଉପରେ ସେ କଥିତ ଭାବେ ଯାତ୍ରା ଓ ଖାଦ୍ୟ ରୋଷେଇ ସମ୍ୱନ୍ଧିତ ଭିଡ଼ିଓ ବ୍ଲଗ୍‌ ପୋଷ୍ଟ କରୁଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.