ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଆହତ

NEWS7
15-persons-killed-in-a-blast-inside-a-mosque-in-quetta

ଦିଗପହଣ୍ଡି, ୦୫ /୦୩: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ମୃତ ଦୁଇ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲାର ଦିଗପହଣ୍ଡିରେ ।

ସୂଚନାନୁସାରେ, ଗୁରୁବାର ଦିଗପହଣ୍ଡି ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଜଣେ ପ୍ରାଣ ହରାଇଥିବା ଜଣା ପଡିଛି । ମୃତ ଯୁବକ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ସାତପେଣ୍ଠ ଗୋପାଳପୁର ଗ୍ରାମର ଶିବ ଗୌଡ଼ । ଏହାସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ଏସ.ଗୋପାଳପୁର ଗ୍ରାମର ଶ୍ୟାମ ଗୌଡ଼ ଏବଂ କେ.ନୂଆଗାଁ ଥାନା ଗୋପୀନାଥପୁର ଗ୍ରାମର ଚନ୍ଦ୍ର ନାୟକ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।