ରାଜଧାନୀ ରାଜରାସ୍ତାରେ ପୁଣି ଗଡ଼ିଲା ମୁଣ୍ଡ, ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

NEWS7
15-killed-in-explosion-fire-at-gas-station-in-central-yemen

ଭୁବନେଶ୍ୱର ୦୪।୦୩ : ରାଜଧାନୀ ପୁଣି ଅସୁରକ୍ଷିତ । ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଲା ମୁଣ୍ଡ । ପୋଲିସ ପାଟ୍ରୋଲିଂ ଓ କଡ଼ା ଚେତାବନୀ ପରେ ବି ଥମୁନି କ୍ରାଇମରେଟ । ରାତିପାହିଲେ ପାଳିଥାନ୍ତି ହୋଲି, ହେଲେ ତାପୂର୍ବରୁ ମାନେ ମଙ୍ଗଳବାର ରାତିରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ୱାମୀ ।

ଏ ଖବର ବି ପଢନ୍ତୁ:-ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ: ବଢ଼ିଲାଣି ଡ୍ରାଏଫ୍ରୁଟ ମୂଲ୍ୟ, ସଂକଟରେ ୪୦ ହଜାର କୋଟିର ବେପାର

ଖବର ଅନୁଯାୟୀ, ରାଜଧାନୀରେ ଚାଞ୍ଚଲ୍ୟ। ହୋଲି ପୂର୍ବରୁ ଗଡିଲା ମୁଣ୍ଡ। ବିଚ୍ ରାସ୍ତାରେ ମହିଳାଙ୍କୁ ହତ୍ୟା । ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସାବିତ୍ରୀ ମଲ୍ଲିକ । ଭରତପୁର ଥାନା ଫୁଲେଶ୍ଵରି ବସ୍ତି ନିକଟରେ ଘଟିଛି ଅଘଟଣ। ତେବେ କୌଣସି କାରଣକୁ ନେଇ ହତ୍ୟାକାଣ୍ଡ ଘଟିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ବି ଛାନ୍‌ଭିନ୍‌ କରୁଛନ୍ତି ।

ଏ ଖବର ବି ପଢନ୍ତୁ:-ଗୁରୁ ଓ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା ଦାଗ, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ଅନ୍ୟପଟେ ଭରତପୁର ଥାନା ପୋଲିସ ସାବିତ୍ରୀଙ୍କ ମୃତଦେହକୁ ଜବତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ହତ୍ୟାକାଣ୍ଡ ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ହତ୍ୟାକାରୀ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ କାବୁ କରିଛି ପୋଲିସ। ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ବାକି ସାଇଣ୍ଟିଫିକ୍ ଟିମ୍‌ର ମଧ୍ୟ ସହଯୋଗ ନେଇପାରେ ପୋଲିସ ।

ଏ ଖବର ବି ପଢନ୍ତୁ:- ରଙ୍ଗର ପର୍ବର ହୋଲି, ଗାଁଠୁ ସହର ସବୁଠି ଉତ୍ସବ ମୁଖର