ନୂଆଦିଲ୍ଲୀ ୨୮।୦୮; ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ଏକ ବେଆଇନ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ମା-ଝିଅଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହା ସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଏବେ ବି ଜୋରଦାର ଚାଲିଛି। ବୁଧବାର ଦିନ ପ୍ରାୟ ୧୨:୦୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଆପାର୍ଟମେଣ୍ଟର ପଛ ଭାଗ ଭୁଶୁଡ଼ି ପଡ଼ିଥିଲା। ଏହି କୋଠା ୨୦୧୨ ମସିହାରେ ନିର୍ମିତ ହୋଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ବେଆଇନ ଥିଲା।
ଦୁର୍ଘଟଣା ପରେ, ପୋଲିସ କୋଠା ନିର୍ମାଣକାରୀଙ୍କୁ ହେପାଜତକୁ ନେଇଛି। ଭାସାଇ-ବିରାର ମ୍ୟୁନିସିପାଲ କର୍ପୋରେସନ (VVMC) ର ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। NDRFର ଦୁଇଟି ଦଳ ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଲଘର ଜିଲ୍ଲା କଲେକ୍ଟର କହିଛନ୍ତି ଯେ ଭଗ୍ନାବଶେଷରେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ଫସି ରହିଥିବା ଲୋକଙ୍କ ସନ୍ଧାନ ଜାରି ରହିଛି
ଦୁର୍ଘଟଣା ପରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ମିଳିପାରିଛି। ଯେଉଁଥିରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ଏବଂ ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।ରମାବାଇ ଆପାର୍ଟମେଣ୍ଟରେ ମୋଟ ୫୦ଟି ଫ୍ଲାଟ୍ ଥିଲା, ଯେଉଁଥିରୁ ୧୨ଟି ଫ୍ଲାଟ୍ ଭୁଶୁଡ଼ି ପଡ଼ିଥିବା ଅଂଶରେ ଥିଲା। VVMC ସ୍ପଷ୍ଟ କରିଛି ଯେ ଏହି କୋଠାଟି ଅନୁମତି ବିନା ନିର୍ମିତ ହୋଇଥିଲା।