ମାଲକାନଗିରି ୬।୫: ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୧୪ ଜଣ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରୁ ୧୩ ଜଣ ଛତିଶଗଡ ବିଜାପୁର ଜିଲ୍ଲାରୁ ହୋଇଥିବା ବେଳେ ଜଣେ ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲାର ରହିଛନ୍ତି । DVCM ମେମ୍ବର ସୋଡି ବୁଦ୍ରା ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ବେଶ କିଛି ବର୍ଷ ଧରି ସକ୍ରିୟ ରହିଥିଲେ । ସେହିପରି ମହିଳା ମାଓବାଦୀ ତଥା ACM ମେମ୍ବର କଲମା ଆନ୍ଧ୍ର ପ୍ରଦେଶର ଭେଙ୍କଟପୁରମ ଅଞ୍ଚଳରେ ସକ୍ରିୟ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କିଛି ବିଜାପୁର ଓ କିଛି ବସ୍ତର ଅଞ୍ଚଳରେ ସକ୍ରିୟ ରହିଥିଲେ ।
ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ମାଓ ସଙ୍ଗଠନରେ ଧରିଥିବା ବନ୍ଧୁକ ତେଲେଙ୍ଗାନା ପୋଲିସ ନିକଟରେ ହସ୍ତାନ୍ତର କରିଛନ୍ତି । ତେଲେଙ୍ଗାନା ପୋଲିସର ସରେଣ୍ଡର ପଲିସିରେ ଆକର୍ଷିତ ହୋଇ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଭଦ୍ରାଦୀ କୋତ୍ତାଗୂଡେମ ଏସ୍ପି କହିଛନ୍ତି ।
You Can Read:
ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ, ୧୮ ସ୍ମାର୍ଟଫୋନ୍ ଜବତ