ମୋହନା ୧୩।୬: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ଅଟୋ । ଫଳରେ ଅଟୋରେ ଥିବା ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି l ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁପଦା ଘାଟିରେ ଏଭଳି ଘଟଣା ଘଟିଛି l
ସୂଚନାଯୋଗ୍ୟ ଯେ, ରାସନ ଚାଉଳ ଆଣିବା ପାଇଁ ଟାଙ୍ଗିଲିପଦର ଗାଁରୁ ଏକ ଅଟୋରେ ପ୍ରାୟ ୧୫ ଜଣ ଗୋବିନ୍ଦପୁର ପଞ୍ଚାୟତକୁ ଯାଉଥିଲେ l ଏହି ସମୟରେ କେନ୍ଦୁପଦା ଘାଟିରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା l ଫଳରେ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଆଣି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି l
You Can Read:
ଘରୋଇ କଳହ ପାଇଁ ଗଲା ସ୍ତ୍ରୀ ଜୀବନ, ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ