ଲାଲ୍ ସଂଗଠନକୁ ଝଟ୍‌କା, ଆତ୍ମସମର୍ପଣ କଲେ ୧୨ ହାର୍ଡକୋର ମାଓବାଦୀ

Published By : Prameya-News7 Bureau | June 19, 2025 IST

ମାଲକାନଗିରି ୧୯।୦୬ : ଲାଲ୍‌ ସଂଗଠନକୁ ଝଟ୍‌କା । ଆତ୍ମସମର୍ପଣ କଲେ ୧୨ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଭଦ୍ରାଦୀ କୋତାଗୁଡେମ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏସ୍‌ପି ରୋହିତ ରାଜ ଏହି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗତ କିଛି ଦିନ ହେବ ସୁରକ୍ଷାକର୍ମୀ ସୀମାନ୍ତ ଜଙ୍ଗଲରେ ଅପେରସନ କାଗାର ଚଳାଇଛନ୍ତି । ଯାହାଦ୍ୱାରା ଅନେକ ହାର୍ଡକୋର ମାଓବାଦୀ ନିହତ ହୋଇସାରିଲେଣି । ଏହି ଅପରେସନକୁ ନେଇ ମାଓ ସଂଗଠନ ମଧ୍ୟ ଛନ୍‌କା ପଶିଛି । ଯାହାର ପରିଣତି ହେଉଛି କି, ନିଜ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି । ଏହାପରେ ସେମାନଙ୍କ ସରକାରଙ୍କ ନିୟମ ଅନୁସାରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ଏହିକ୍ରମରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଭଦ୍ରାଦୀ କୋତାଗୁଡେମ ଜିଲ୍ଲା ଏସ୍‌ପିଙ୍କ ନିକଟରେ ୧୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ବିଭିନ୍ନ ହିଂସାରେ ସାମିଲ ଥିବା ଜଣାପଡିଛି । ତେବେ ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.