ଉମରକୋଟ ୧୧।୦୮ : ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା । ସୋମବାର ବିଜେଡି ପକ୍ଷରୁ ରାଇଘର ବ୍ଲକରେ ୧୨ ଘଣ୍ଟିଆ ହରତାଳ ଡାକରା। ସକାଳ ୬ଟା ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ। ରାଇଘର ବ୍ଲକରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି। ଜରୁରିକାଳୀନ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ପକ୍ଷରୁ ମୃତ ପରିବାରକୁ ତୁରନ୍ତ ୧ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରନ୍ତୁ । ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି । ନାରୀଙ୍କୁ ସୁରକ୍ଷା ଦେବାରେ ନୂଆ ସରକାର ପୁରା ବିଫଳ । ଆଗାମୀ ଦିନରେ ଯଦି ଏହି ଗୁରୁତ୍ୱର ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।