ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ, ଜାମିନ ନାମଞ୍ଜୁର ପରେ ଗଲେ ଜେଲ୍

Published By : Prameya-News7 Bureau | August 10, 2025 IST

ପୁରୀ ୧୦।୮: ପୋଲିସ ହାତରେ ଧରାପଡିଲେ ନକଲି ଗୁମାସ୍ତା । ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । 

ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି । ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବିଷୟରେ ସେବାୟତ ଓ ସେମାନଙ୍କର ଗୁମାସ୍ତା ମାନେ ଯାତ୍ରୀମାନଙ୍କୁ ଟିକିନିଖି ତଥ୍ୟ ପ୍ରଦାନ କରିଥାନ୍ତି । କିନ୍ତୁ କିଛି ନକଲି ଗୁମାସ୍ତା ଓ ଅଣ ସେବାୟତଙ୍କ ଯୋଗୁ ଯାତ୍ରୀମାନେ ଠକାମୀ ସହ ଦୁର୍ବ୍ୟବହାରର ଶିକାର ମଧ୍ୟ ହୋଇଥାନ୍ତି । ଏନେଇ ଅନେକ ଥର ଥାନାରେ ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ । ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି । ଗିରଫ ହୋଇଥିବା ନକଲି ଗୁମାସ୍ତାଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାବେଳେ ବେଆଇନ ଭାବେ ଏମାନେ ଗୁମାସ୍ତା କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି । ଆଗକୁ ମଧ୍ୟ ପୋଲିସ ପକ୍ଷରୁ ଏହି ଧରପଗଡ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 

You Can Read:

ମୋବାଇଲରେ ରହିଛି ୬୦ ଅଶ୍ଳୀଳ ଭିଡିଓ, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ ସିଜ୍‌


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.