ବାଲିଯାତ୍ରା ୨୦୨୫
LIVE TV

ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୧୪ ଟେବୁଲରେ ୨୬ ରାଉଣ୍ଡ କାଉଣ୍ଟିଂ

NEWS7
1100-habitual-criminals-removed-from-delhi

ନୂଆପଡ଼ା ୧୧ନଭେମ୍ବର ୧୪ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି ହେବ । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରହିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସୂଚନା ଦେଇଛନ୍ତି । ଆର୍ମ ପୋଲିସ ଫୋର୍ସ 24 ×7 ଷ୍ଟ୍ରଙ୍ଗ୍‌ରୁମ୍ ଜଗିଛନ୍ତି । ପ୍ରାର୍ଥୀଙ୍କ ଉପସ୍ଥିତିରେ ଇଭିଏମ୍ ଷ୍ଟ୍ରଙ୍ଗ୍‌ରୁମ୍ ରଖାଯାଇଛି । ସିସିଟିଭି ସର୍ଭେଲାନ୍ସରେ ଷ୍ଟ୍ରଙ୍ଗ୍‌ରୁମ୍‌ ରହିଛି । ଭୋଟ୍ ଗଣତି ପାଇଁ ଗଣତି କୋଠରୀ କରାଯାଇଛି ।

୩୫୮ ବୁଥ୍ ପାଇଁ ୧୪ଟି ଟେବୁଲ୍ କରାଯାଇଛି । ୨୬ ରାଉଣ୍ଡରେ ଗଣତି ହେବ । ସକାଳ ୮ଟାରେ ବାଲାଟ ପେପର ଗଣନା କରାଯିବ । ଏହାପରେ ସାଢ଼େ ୮ଟାରେ ଇଭିଏମ୍ ଗଣତି ହେବ । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପର ଭାଇଜର ଦାୟିତ୍ୱରେ ରହିବେ । ତାଙ୍କୁ କାଉଣ୍ଟିଂ ଆସିଷ୍ଟାଣ୍ଟ ସହଯୋଗ କରିବେ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହାସହ ରିଟର୍ଣ୍ଣିଂ ଅଫିସର ତଦାରଖ କରିବେ । ଷ୍ଟ୍ରଙ୍ଗ ଗତିବିଧି ଜାଣିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବାହାରେ କ୍ୟାମ୍ପ ପକାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାପାଳ ଆହୁରି କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଏ ନେଇ ନୂଆପଡ଼ା ଜିଲ୍ଲାପାଳ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ନୂଆପଡ଼ାରେ ସମୁଦାୟ ୨ ଲକ୍ଷ ୫୪ ହଜାର ୪୯୭ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୧୨ ହଜାର ୩୮୫ ଭୋଟର ମତଦାନ କରିଛନ୍ତି । ଏହା ମଧ୍ୟରେ ୧ ଲକ୍ଷ ୩ ହଜାର ୮୫୭ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୮ ହଜାର ୩୮୩ ମହିଳା ଭୋଟର ରହିଛନ୍ତି ।