ସାକ୍ଷୀ ଦେଉଥିଲେ… ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଲେ

NEWS7
11-mruta-in-collision-between-tempo-traveller-and-truck-in-gujarat

ଉଦଳା ୨୪।୦୨ : ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଅଭିଯୁକ୍ତଙ୍କ ସଂପର୍କୀୟ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡ଼ିଗାଁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଗତ ନଭେମ୍ବର ମାସରେ ଧାନଘେରା ଗାଁରେ ରାତିରେ ଗ୍ୟାସ୍‌ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡ଼ିଗାଁ ଦେଉଳା ଗାଁରେ ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ କାବୁ କରିଥିଲେ । ଏହାସହ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ନିର୍ଘାତ ମାଡ଼ ମାରିବା ପରେ ବାପି କୋହ୍ଲାରର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପରେ ଜେଲ ହାଜତକୁ ପଠାଯାଇଥିଲା । ତେବେ କାହ୍ନୁ ଜେଲ୍‌ରୁ ଜାମିନରେ ଆସିଥିଲେ । ସାଥୀ ବାପି କୋହ୍ଲାର ହତ୍ୟା ଘଟଣାରେ ସିଏ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲା ।  ସୋମବାର ଉକ୍ତ ହତ୍ୟା ଘଟଣାରେ ସାକ୍ଷୀ ଦେବାକୁ କୋର୍ଟ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ସହିତ ଗାଁରେ ଝଗଡ଼ା ହୋଇଥିଲେ । ଦେଖୁ ଦେଖୁ ଝଗଡ଼ା ଉଗ୍ର ରୂପ ନେଇଥିଲା । ୫ ଜଣ ଯୁବକ କାହ୍ନକୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କାହ୍ନୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିବା ବେଳେ ଯୁବକମାନେ ଘରେ ପଶି ଆକ୍ରମଣ କରିଥିଲେ । ପରେ ଘର ବାହାରକୁ ଟାଣି ଆଣି ବାଡ଼େଇ ବାଡ଼େଇ ମାରି ଦେଇଥିଲେ । ସେପଟେ ଖବର ପାଇ ଖୁଣ୍ଟା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।