୧୦୮ ଆମ୍ବୁଲାନ୍ସରେ ଚାଲିଛି ବସ୍ତା ବୁହା, ଡ୍ରାଇଭର କହିଲେ- ଉପର ଅଫିସରଙ୍କ ନିର୍ଦ୍ଦେଶରେ ଆଣିଥିଲୁ

Published By : Prameya-News7 Bureau | June 24, 2025 IST

ଜଗତସିଂହପୁର ୨୪।୬: ବାଜୁଛି ସାଇରନ୍ ହେଲେ ଭିତରେ ନାହାନ୍ତି ରୋଗୀ । ମାଲବୁହା ଯାନ ବା ଗୁଡ୍ସ କ୍ୟାରିୟରରେ ପରିଣତ ହୋଇଛି ୧୦୮ ଆମ୍ବୁଲାନ୍ସ । ରୋଗୀ ବଦଳରେ ବୁହା ହେଉଛି ବସ୍ତା ବସ୍ତା ଜିନିଷ । ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀ ଦୃଶ୍ୟ । 

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲାରେ ଏକ ୧୦୮ ଆମ୍ବୁଲାନ୍ସରେ କିଛି ବସ୍ତା ବୁହା ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସଟିର ପିଛା କରି ମଙ୍ଗଳପୁର ନିକଟରେ ଗାଡିକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଭିତରେ ୨୨ଟି ଜରି ବସ୍ତାରେ କିଛି ସାମଗ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତାରେ ବହି, ସାମ୍ପୋ ଆଦି ଜିନିଷ ରହିଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ହାତରେ ଧରାପଡିବା ପରେ ଉପର ଅଫିସରଙ୍କ ନିର୍ଦ୍ଦେଶରେ ଏହି ବସ୍ତା ଚୌଦ୍ୱାରରୁ ଆଣିଥିଲୁ ବୋଲି ୧୦୮ ଆମ୍ବୁଲାନ୍ସ ଚାଳକ କହିଛନ୍ତି । 

ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଦାୟିତ୍ବରେ ଥିବା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ମିଳିଲା ସାଇକେଲ କିନ୍ତୁ ମିଳୁନି ପତ୍ତା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.