କଟକ ୨୧।୦୭ : ବିଶ୍ୱବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ସଂପର୍କରେ ଖବର ପାଇ ହଷ୍ଟେଲ ଓ୍ୱାଡେନ୍ ଓ ବରିଷ୍ଠ ଅଧ୍ୟାପକମାନେ ହଷ୍ଟେଲରେ ପହଞ୍ଚିଥିଲେ ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇ ଇଷ୍ଟ୍ ହଷ୍ଟେଲ୍ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଚିଫ୍ ୱାର୍ଡେନଙ୍କ ସମେତ ୪ ଜଣ ବରିଷ୍ଠ ଅଧ୍ୟାପକ ବିଳମ୍ବିତ ରାତିରେ ହଷ୍ଟେଲ୍ରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ରବିବାର କୁଳପତି ଆଣ୍ଟି ରାଗିଂ ସେଲ୍ର ବୈଠକ ଡାକିଥିଲେ । ବୈଠକ ପରେ ଘଟଣାରେ ସମ୍ପୃକ୍ତ ୧୦ ଜଣ ସିନିୟର୍ ଛାତ୍ରଙ୍କୁ ହଷ୍ଟେଲ୍ରୁ ନିଲମ୍ବନ କରାଯାଇଛି।