ଗୋପାଳପୁର ଗଣଦୁଷ୍କର୍ମ ମାମଲା, ଫୋରେନସିକ୍ ଲାବକୁ ଆସିଲା ୧୦ ଅଭିଯୁକ୍ତଙ୍କୁ DNA ନମୁନା

Published By : Prameya-News7 Bureau | June 22, 2025 IST

Breaking_2

ଭୁବନେଶ୍ୱର ୨୨।୦୬ : ଗୋପାଳପୁର ଗଣଦୁଷ୍କର୍ମ ମାମଲା। ଭୁବନେଶ୍ଵର ଫୋରେନସିକ ଲାବକୁ ଆସିଲା ୧୦ ଅଭିଯୁକ୍ତଙ୍କ DNA ନମୁନା। ଅଭିଯୁକ୍ତ ମାନଙ୍କର CAW ର ଫୋରେନସିକ ଟିମ ସଂଗ୍ରହ କରିଥିଲା ନମୁନା। ଘଟଣାସ୍ଥଳରୁ ମିଳିଥିବା ଆପତ୍ତିଜନକ ସାମଗ୍ରୀ ସହିତ ପୋଡା ସିଗାରେଟ୍ ଓ ମାଟି ମଧ୍ୟ ଫୋରେନସିକ୍ ଲାବରେ ପହଁଚିଛି । DNA ପରୀକ୍ଷା ପାଇଁ ଅଭିଯୁକ୍ତ ମାନଙ୍କର ନମୁନା ସଂଗ୍ରହ କରାଯାଇଥିଲା । ମୁଖ୍ୟ ୬ ଅଭିଯୁକ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ ରିମାଣ୍ଡରେ ଆଣିବ CAW । ରେଡଫ୍ଲାଗ ନିୟମ ଅନୁଯାୟୀ ଫୋରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲାବରେ ପ୍ରଥମେ ପ୍ରାଥମିକତା ଦିଆଯିବ । ଆବଶ୍ୟକ ପଡିଲେ ସମସ୍ତ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.