ବେଆଇନ ଖଣିକୁ ସିଲ୍ କଲା ପ୍ରଶାସନ, ପଥର ଅତଡ଼ା ଖସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି

NEWS7
-yellow-alert-continues-due-to-thick-fog

ଭୁବନେଶ୍ବର ୪।୧: ନିମିଧା ରୋଡ୍ ପଥର ଖଣି ସିଲ୍। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅଞ୍ଚଳରେ ଥିବା ନିମିଧା ରୋଡ୍ ମେଟାଲ ପଥର ଖଣି-୨କୁ ସିଲ୍ କଲା ପ୍ରଶାସନ । ୧.୬୩ ଏକର ଅଞ୍ଚଳରେ ନିମିଧା ରୋଡ୍ ଧାତୁ ପଥର ଖଣିରୁ ମାଇନିଂ ବନ୍ଦ ପାଇଁ ନୋଟିସ୍ ହୋଇଥିଲା । ଏହି ଖଣିକୁ ଗତ ଡିସେମ୍ବର ମାସ ୨ ତାରିଖରେ ବନ୍ଦ ପାଇଁ ନୋଟିସ୍ କରିଥିଲା ପ୍ରଶାସନ ।

ଏହି ବେଆଇନ ଧାତୁ ପଥର ଖଣିରେ ଅଘଟଣ ଘଟିଥିଲା । ବଡ଼ ପଥର ଅତଡା ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ପଥର ଅତଡ଼ା ତଳୁ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର କାର୍ଯ୍ୟ ସାରି ଖଣିକୁ ସିଲ୍ କରିଛି ପ୍ରଶାସନ । ବିସ୍ଫୋରଣ ପାଇଁ ପଥରରେ ଡ୍ରିଲ୍ କରୁଥିବା ବେଳେ ଉପରୁ ଖସି ପଡ଼ିଥିଲା ବଡ଼ ବଡ଼ ପଥର । ଓଡ଼ପଡ଼ା ତହସିଲ ଅନ୍ତର୍ଗତ ରାଣିବଣିଆ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିଲା ଏହି ରୋଡ଼ ପଥର ଖଣି । ଶନିବାର ସନ୍ଧ୍ୟାରେ ଘଟିଥିଲା ଏଭଳି ଅଘଟଣ । ରବିବାର ସକାଳୁ ସାଢ଼େ ୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଓଡ୍ରାଫ୍, ଦମକଳ ବାହିନୀ ଓ ଅନୁସନ୍ଧାନୀ କୁକୁର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ରାଣୀବଣିଆ ଅଂଚଳର ଏକ ରୋଡ଼ ଧାତୁ ପଥର ଖଣିରେ ବିସ୍ଫୋରଣ ବେଳେ ଘଟିଥିଲା ଦୁର୍ଘଟଣା । ଖଣି ଭିତରେ କାମ କରୁଥିବା ଶ୍ରମିକ ମାନଙ୍କ ଉପରେ ବଡ଼ ବଡ଼ ପଥର ଅତଡା ଖସି ପଡ଼ିବାରୁ ଚାପି ହୋଇଯାଇଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳକୁ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଅଭିନବ ସୋନକର, ମୋଟଙ୍ଗା ଥାନା ପୋଲିସ ପହଞ୍ଚିଥିଲେ । ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିଲା ।

ଶନିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ରାତି ଯୋଗୁଁ ରବିବାର ସକାଳୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ଏକ ବେଆଇନ ପଥର ଖଣି ବୋଲି ଜଣାପଡିଛି । ବିସ୍ଫୋରଣ ପାଇଁ ବଡ଼ ବଡ଼ ପଥରରେ ଦୁଇ ଜଣ ଶ୍ରମିକ ଡ୍ରିଲ କରି ଡିନାମାଇଟ୍ ଖଞ୍ଜିବା ବେଳେ ଉପରୁ ବଡ଼ ବଡ଼ ପଥର ଅତଡ଼ା ପଡ଼ିଯାଇଥିଲା । ଫଳରେ ଶ୍ରମିକ ଦୁଇ ଜଣ ପଥର ତଳେ ଚାପି ହୋଇ ଯାଇଥିବା କୁହାଯାଉଛି । ରବିବାର ସକାଳୁ ପୋଲିସ ଦମକଳ ବାହିନୀ, ଓଡ୍ରାଫ ଟିମ୍, ଜେସିବି ଆଦି ମେସିନ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବେଆଇନ ଭାବେ ଏହି ଖଣି ଖନନ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିସ୍ଫୋରଣ ପାଇଁ ଡିନାମାଇଟ୍ ଖଞ୍ଜିବା ପାଇଁ ବଡ଼ ବଡ଼ ପଥରରେ ହୋଲ୍ ବା ଡ୍ରିଲ କରୁଥିବା ବେଳେ ଉପରୁ ବଡ଼ ବଡ଼ ପଥର ଖଣ୍ଡ ତଳକୁ ଖସି ପଡିଥିଲା । ଫଳରେ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିବା ଜଣାପଡିଥିଲା । ତେବେ ଘଟଣାସ୍ଥଳରୁ ଖଣି ଖନନ କରାଉଥିବା ଖଣି ମାଲିକ ଓ ତାଙ୍କ କର୍ମଚାରୀ ତଥା ଶ୍ରମିକ ମାନେ ପଳାଇଯାଇଥିଲେ । ଫଳରେ ଏହି ଦୁର୍ଘଟଣା ଘଟିବା ବେଳେ ଖଣିରେ ସଠିକ୍ କେତେ ଜଣ ଶ୍ରମିକ କାମ କରୁଥିଲେ ଓ କେତେ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ ।