ଟ୍ରମ୍ପଙ୍କୁ ଭେଟିବାକୁ ମନା କରିଦେଲେ ଜିନପିଙ୍ଗ, ଚୀନ-ଆମେରିକା ମଧ୍ୟରେ ଆହୁରି ବଢିଲା ଟ୍ରେଡ୍ ୱାର

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ : ଟାରିଫ୍‌ ୱାର , ଯୁଦ୍ଧ ଓ ବୈଶ୍ୱିକ ଉତ୍ତେଜନା ମଧ୍ୟରେ ଦୁନିଆର ଦୁଇଟି ବଡ଼ ଆର୍ଥିକ ମହାଶକ୍ତି (ଆମେରିକା ଓ ଚୀନ)ର ରାଷ୍ଟ୍ରପତି ଅର୍ଥାତ୍‌ ଡୋନାଲ୍ଡ ଟ୍ରମ୍ପ ଓ ଶି ଜିନପିଙ୍ଗଙ୍କ ମଧ୍ୟରେ ସମ୍ଭାବିତ ମୁକାବିଲାରେ ସଙ୍କଟର ବାଦଲ ଛାଇ ଯାଇଛି। କିଛି ସପ୍ତାହ ହେବ ଏହି ଚର୍ଚ୍ଚା ଚାଲିଛି ଯେ, ଉଭୟ ନେତା ଟାରିଫ୍‌ ଉପରେ ବିବାଦ ଶେଷ କରିବା ପାଇଁ ସାକ୍ଷାତ କରି ପାରନ୍ତି ଏବଂ ଟ୍ରେଡ୍‌ ୱାରକୁ ଶେଷ କରି ପାରନ୍ତି, କିନ୍ତୁ ଏବେ ଏଥିରେ ଟ୍ୱିଷ୍ଟ ଆସିଛି। ଚୀନ ଏହିପରି ସାକ୍ଷାତ୍‌ ପାଇଁ ମନା କରି ଦେଇଛି। 

ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ, ଏବେ ଚାଇନା ରାଷ୍ଟ୍ରପତି ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଇଚ୍ଛୁକ ନାହାନ୍ତି। ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅଧିକାରୀ ରଶ ଦୋଶୀଙ୍କ ଅନୁସାରେ, ନ୍ୟୁଜୱିକ୍‌ କହିଛି  ୟୁକ୍ରେନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ ହ୍ୱାଇଟ୍‌ ହାଉସ୍‌ରେ ହୋଇଥିବା ଖରାପ ବ୍ୟବହାର ଓ ସଦ୍ୟ ବିବାଦକୁ ଉଦ୍ଧୃତ କରି ବେଜିଂ ଶି ଜିନିପିଙ୍ଗକୁ ଏହି ସମସ୍ୟାରେ ପକାଇବାକୁ ଚାହୁଁ ନାହିଁ । ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପଙ୍କ ବ୍ୟବହାର ସମ୍ଭାବିତ ରୂପେ ଲଜ୍ଜାଜନକ ଓ ଅଡ଼ୁଆ ସ୍ଥିତି ବଢାଇ ପାରେ। ଏଥିପାଇଁ ଉଭୟ ନେତାଙ୍କ ମଧ୍ୟରେ ମିଟିଂ ସମ୍ଭବ ନୁହେଁ।

ଏସଓଏଏସ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଚାଇନା ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଷ୍ଟିଭ୍‌ ସାଙ୍ଗ୍ କହିଛନ୍ତି ଯେ ,ଶି ଜିନପିଙ୍ଗ ମଧ୍ୟ ଏହା କେବେ ଚାହିଁବେ ନାହିଁ ଯେ, ସେ ଦୁହେଁ ଯଦି ଭେଟ ହୁଅନ୍ତି ତ, ଟ୍ରମ୍ପ ତାଙ୍କ ବିଷୟରେ କିଛି ଅପ୍ରିୟ କଥା କହିବେ। ସାଙ୍ଗ୍ କହିଛନ୍ତି ଯେପର୍ଯ୍ୟନ୍ତ ହ୍ୱାଇଟ୍‌ ହାଉସରୁ ଏହି ବିଶେଷ ଆଶ୍ୱାସନା ମିଳି ନାହିଁ ଯେ, ଏମିତି ହେବ ନାହିଁ,ସେପର୍ଯ୍ୟନ୍ତ ଶି ଜିନପିଙ୍ଗ୍‌ ଟ୍ରମ୍ପଙ୍କୁ ସାକ୍ଷାତ କରିବେ ନାହିଁ। ଉଲ୍ଲେଖନୀୟ ଯେ, ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କି ଓ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ସିରିଲ ରାମଫୋସାଙ୍କର ହ୍ୱାଇସ୍‌ ହାଇସ୍‌ରେ ହୋଇଥିବା ଅସମ୍ମାକୁ ନେଇ ଚାଇନା ସରକାର ଆଶଙ୍କାରେ। ଏହି ମଧ୍ୟରେ, ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ସପ୍ତାହରେ ଟ୍ରମ୍ପ ଓ ଶି ଜିନପିଙ୍ଗ ଫୋନରେ କଥାବାର୍ତ୍ତା ହେବେ, ଯାହା ଏହି ଖବରରୁ ଜଣାପଡ଼ୁଛି ଯେ ବେଜିଂ ହ୍ୱାଇଟ୍‌ ହାଇସରେ ମିଟିଂ କରିବାରେ ମନା କରିଦେଇଛି। 

ପଲିଟିକୋର ଏକ ରିପୋର୍ଟ ଅନୁସାରେ , ମେ’ରେ ଉଭୟ ପକ୍ଷ ମଧ୍ୟରେ ଟାରିଫ୍‌ରେ ଅସ୍ଥାୟୀ ବିରାମ ଲାଗିବା ପରେ ଟ୍ରମ୍ପ ପ୍ରଶାସନ ଉପରେ ଖରାପ ହେଉଥିବା ବାଣିଜ୍ୟିକ ବାର୍ତ୍ତାକୁ ପୁଣି ଥରେ ଆରମ୍ଭ କରିବାର ଚାପ ରହିଛି। ଏଥିପାଇଁ ଆମେରିକୀୟ ନେତା ବିକଳ୍ପ ଭାବେ ନିଜର ଚାଇନା ପ୍ରତିପକ୍ଷଙ୍କ ସହ ଫୋନ୍‌ କଲ୍‌ରେ କଥାବାର୍ତ୍ତା କରିବା ପାଇଁ ଜିଦି ଧରିଛନ୍ତି। ଟ୍ରମ୍ପ ବିଳମ୍ୱିତ ରାତିରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ କହିଛନ୍ତି ଯେ, ଶି’ଙ୍କ ସହ ବୁଝାମଣା କରିବା ବହୁତ କଠିନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.