ମହିଳା ବିରୋଧୀ ଅପରାଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବେ ସରକାର : ଆଇନ ମନ୍ତ୍ରୀ

Published By : Prameya-News7 Bureau | November 08, 2024 IST

ଭୁବନେଶ୍ୱର ୮।୧୧: କଟକ ଗଣ ଦୁଷ୍କର୍ମ ମାମଲାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର କହିଛନ୍ତି । କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି । ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ନୀତି ଆପଣାଇବେନି । ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ । ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି । ୨୦୩୬ ସୁଦ୍ଧା ଓଡିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 


You Can Read:

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଅଗ୍ରୀମ ଟଙ୍କା, ସବୁ ଡିଇଓଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.