ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ-ବସ୍ ମୁହାଁମୁହିଁ ଧକ୍କାରେ ୩ ମୃତ, ୧୫ରୁ ଅଧିକ ଆହତ

NEWS7
-student-caught-sneaking-girlfriend-in-suitcase-into-university-hostel

ନୂଆଦିଲ୍ଲୀ ୧୦।୧୨: ରାଜସ୍ଥାନର ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ-ବସ୍ ମୁହାଁମୁହିଁ ଧକ୍କା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡା଼କ୍ତରଖାନାରେ ଭର୍ତ୍ତି କରାଯାଇଇଛି। ଅନ୍ୟପଟେ ମୃତକଙ୍କ ପରିଚୟ ଏବେବି ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ସ୍ଲିପର ବସଟି ବିକାନେରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା। ଅପରପାର୍ଶ୍ୱରୁ ଝୁନଝୁନୁରୁ ବିକାନେରକୁ ଟ୍ରକଟି ଆସୁଥିଲା । ଉଭୟ ଗାଡ଼ି ଦ୍ରୁତଗତିରେ ଥିବା ଯୋଗୁଁ ଫତେପୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ବସ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଅନେକ ଯାତ୍ରୀ ସେମାନଙ୍କ ସିଟ୍ରେ ଫସି ରହିଥିଲେ । ଯାହାଫଳରେ ସେମାନଙ୍କୁ ଉଦ୍ଧାର କରିବା ବହୁତ କଷ୍ଟକର ହୋଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଆହତମାନଙ୍କୁ ବାହାର କରିଥିଲା। ସମସ୍ତ ଆହତଙ୍କୁ ସିକର ଏବଂ ନିକଟବର୍ତ୍ତୀ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ଘଟଣାକୁ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଅଧିକାଂଶ ଯାତ୍ରୀ ଗୁଜରାଟର ବୋଲି ଜଣାପଡ଼ିଛି।