ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ, ଏହି ଲୋକଙ୍କୁ ହେବ ଫାଇଦା

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟରେ ଉଠାଦୋକାନୀଙ୍କ ବଡ଼ ଘୋଷଣା କରିଛନ୍ତି। ପାଇଁ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାକୁ ନୂଆ ରୂପ ଦିଆଯିବ। ଏହା ଅନୁଯାୟୀ ଲାଭାର୍ଥୀଙ୍କୁ ବ୍ୟାଙ୍କ ଏବଂ ୟୁପିଆଇ ସହ ଜଡ଼ିତ କ୍ରେଡିଟ୍ କାର୍ଡ ଦିଆଯିବ। ଏହି କ୍ରେଡିଟ୍ କାର୍ଡ ଜରିଆରେ ଲୋନ ସୁବିଧା ମିଳିବ। ଏହି ଲୋନର ସୀମା ୩୦ ହଜାର ଟଙ୍କା ହେବ। ପିଏମ ଷ୍ଟ୍ରିଟ୍‌ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ-ସ୍ବନିଧି) ଉଠାଦୋକାନୀଙ୍କୁ ସୁଲଭ ଲୋନ ଯୋଗାଇଥାଏ।

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟରେ ଉଠାଦୋକାନୀଙ୍କ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାକୁ ନୂଆ ରୂପ ଦିଆଯିବ। ଏହା ଅନୁଯାୟୀ ଲାଭାର୍ଥୀଙ୍କୁ ବ୍ୟାଙ୍କ ଏବଂ ୟୁପିଆଇ ସହ ଜଡ଼ିତ କ୍ରେଡିଟ୍ କାର୍ଡ ଦିଆଯିବ। ଏହି କ୍ରେଡିଟ୍ କାର୍ଡ ଜରିଆରେ ସେମାନଙ୍କୁ ଲୋନ ସୁବିଧା ମିଳିବ। ଏହି ଲୋନର ସୀମା ୩୦ ହଜାର ଟଙ୍କା ହେବ। ଏହି ଅବସରରେ ନିର୍ମଳା କହିଛନ୍ତି ଏହି ଯୋଜନାରେ ଏପର୍ଯ୍ୟନ୍ତ ୬୮ ଲକ୍ଷରୁ ଅଧିକ ଉଠାଦୋକାନୀଙ୍କୁ ଲାଭ ହୋଇଛି।

ଏହି ଯୋଜନାରେ ୧ ବର୍ଷ ଅବଧି ପାଇଁ ପର୍ଯ୍ୟନ୍ତ ବିନା କୌଣସି ଗ୍ୟାରେଣ୍ଟିରେ ୧୦ ହଜାର ଟଙ୍କାର ଋଣ ସୁବିଧା ମିଳିଥାଏ। ସମୟରେ ଲୋନ ଭରିଲେ ୨୦ ହଜାର ଟଙ୍କାର ଲୋନ ମିଳିଥାଏ ଏବଂ ଏହାକୁ ପରିଶୋଧ କଲେ ୫୦ ହଜାର ଟଙ୍କାର ଲୋନ ମିଳିଥାଏ। ଏହି ଯୋଜନାରେ ବାର୍ଷିକ ସୁଧ ହାର ୭% ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.