ଶାମି ନିରାଶ, ନ୍ୟୁଜିଲାଣ୍ଡ ବିପକ୍ଷରେ ମିଳିଲାନି ଚାନ୍ସ୍ : ଅଗରକରଙ୍କ ଉପରେ ବର୍ଷିଲେ କୋଚ୍

NEWS7
-mcx-to-remain-open-for-trading-on-saturday-february-1-

ନୂଆଦିଲ୍ଲୀ, ୦୪/୦୧ : ଘୋଷଣା ହୋଇଛି ଟିମ୍ । ଫେରିଛନ୍ତି ମହମ୍ମଦ ସିରାଜ । ହେଲେ ବାଦ୍ ପଡିଛନ୍ତି ଭାରତୀୟ ଦଳର ଫାଷ୍ଟ୍ ବୋଲର ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଦଳ ଘୋଷଣା ପରେ କିଛି ଏପରି ଚିତ୍ର ଆସିଛି । ଶାମି ଦଳକୁ ଫେରିବେ ବୋଲି ଅନେକ ଆଶା ରଖିଥିଲେ । ଏପରିକି ସେ ନିଜେ ମଧ୍ୟ ଘରୋଇ ମୁକାବିଲାରେ ଦମଦାର ପ୍ରଦର୍ଶନ କରୁଥିଲେ । ସବୁ କରିବା ସତ୍ତ୍ୱେ ତାଙ୍କୁ ଅଣଦେଖା କରାଯାଇଛି । ଏହାକୁ ନେଇ ବିସିସିଆଇ ଉପରେ ବର୍ଷିଛନ୍ତି ଶାମିଙ୍କ ପଶ୍ଚିମବଙ୍ଗ ଟିମ୍ କୋଚ୍ ଲକ୍ଷ୍ମୀ ରତନ ଶୁକ୍ଳା । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି ।

ଲକ୍ଷ୍ମୀ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ପାଇଁ ଶାମି ବହୁତ କିଛି କରିଛନ୍ତି । ଏହାଠୁ ଅଧିକ ଆଉ କିଛି କରିହେବ ନାହିଁ । ଆଉ କଣ ସେ କରିଥିଲେ ଅଗରକର ତାଙ୍କୁ ଦଳରେ ନେଇଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ଲାଗୁଛି ଶାମିଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଦିନିକିଆରେ ଶାମିଙ୍କୁ ସେମାନେ ଚାହୁଁ ନାହାଁନ୍ତି । ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

ଲକ୍ଷ୍ଣୀ ରତନ ଆହୁରି କହିଛନ୍ତି ଯେ, ମହମ୍ମଦ ଶାମିଙ୍କ ସହ କିଛି ଠିକ୍ ହୋଇନି । ତାଙ୍କ ସହ ଅନ୍ୟାୟ ହୋଇଛି । ଶାମି ଯେତେ ଘରୋଇ କ୍ରିକେଟ୍ ଖେଳିଛନ୍ତି ଅନ୍ୟ କେହି ଅନ୍ତର୍ଜାତୀୟ ଖେଳାଳି ସେତେ ମ୍ୟାଚ୍ ଖେଳି ନାହାଁନ୍ତି । ଯାହା ଚୟନକର୍ତ୍ତା ଶାମିଙ୍କ ସହ କଲେ ତାହା ଲଜ୍ଜାଜନକ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସିରିଜ୍ ପାଇଁ ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ତାଙ୍କ ଜାଗାରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି । ଅନ୍ୟଦିଗରେ ହର୍ଷିତ ରାଣା, ଅର୍ଶଦୀପ ସିଂ ଦଳର ପେସ୍ ଭାର ସମ୍ଭାଳିବେ ।